ମନୋରଞ୍ଜନ ଦାସ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ମନୋରଞ୍ଜନ ଦାସ (୧୦ ମାର୍ଚ୍ଚ ୧୯୨୩ - ୧୭ ଫେବୃଆରୀ ୨୦୧୩)[୧]ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।[୨]

ମନୋରଞ୍ଜନ ଦାସ
ଜନ୍ମ ଓ ଜନ୍ମସ୍ଥାନ(1923-03-10)୧୦ ମାର୍ଚ୍ଚ ୧୯୨୩
ଝରକୋଟା ପାଟଣା, ବୟାଳିଶ ମୌଜା, କଟକ ଜିଲ୍ଲା
ମୃତ୍ୟୁ୧୭ ଫେବୃଆରୀ ୨୦୧୩(2013-02-17) (ବୟସ ୮୯)
କଟକ
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ ଭାଷା
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ (ଆଇନ‌)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବିଷୟନାଟକ, ଗପ, ଏକାଙ୍କିକା
ପୁରସ୍କାରପଦ୍ମଶ୍ରୀ
ସନ୍ତାନପୂଣ୍ୟଶ୍ଳୋକ ଦାସ

ଜୀବନ କାଳସମ୍ପାଦନା

ମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ନାଟକ ପ୍ରତି ତାଙ୍କର ଆଗ୍ରହ ରହିଥିଲା ଏବଂ ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ୱସ୍ଥରୀୟ ନାଟ୍ୟଶାସ୍ତ୍ର ସହ ପରିଚିତ ହୋଇଥିଲେ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ନିଜ ବନ୍ଧୁମାନଙ୍କୁ ନେଇ ସୃଜନୀ ନାମରେ ଏକ ଥିଏଟର ଗୋଷ୍ଠି ତିଆରି କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ଓ ଭାରତ ସ୍ୱାଧୀନତାର ଠିକ ତିନି ଦିନ ଆଗରୁ ତାଙ୍କ ନାଟକ 'ଅଗଷ୍ଟ ନଅ'ର ପ୍ରଦର୍ଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା । [୩]

ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[୪] ପରବର୍ତ୍ତୀ ସମୟରେ, ସେ ଆକାଶ ବାଣୀର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଆକାଶ ବାଣୀ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ ।

୨୦୧୩ ମସିହା, ଫେବୃଆରୀ ମାସ ୧୭ ତାରିଖ ରାତି ୧୧ଟା ୪୫ ମିନିଟ୍ ସମୟରେ, କଟକର କଲେଜ ଛକ ନିକଟସ୍ଥ ବର୍ଦ୍ଧମାନ କମ୍ପେକ୍ସସ୍ଥିତ ନିଜ ବାସଭବରେ ମନୋରଞ୍ଜନ ବାବୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।[୫]ତାଙ୍କ ଆତ୍ମଜୀବନୀ, 'ସ୍ମୃତି ସଂଳାପ', ଓଡ଼ିଆ ବ୍ୟତିତ ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇ ଖୁବ ଲୋକପ୍ରିୟ ହୋଇପାରିଛି । [୬]

ଆକାଶବାଣୀ ସମ୍ବାଦ ପରିବେଷଣସମ୍ପାଦନା

ମନୋରଞ୍ଜନ ଦାସ ୧୯୪୮ ମସିହା ଜାନୁୟାରୀ ମାସରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରେ ସମ୍ବାଦ ବିଭାଗରେ ସହ ସମ୍ପାଦକ ଭାବରେ ଚାକିରୀରେ ଯୋଗଦାନ କରିଥିଲେ । ୨୮-୧-୧୯୪୮ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଥାପନା ହୋଇ ପ୍ରଥମ ପ୍ରସାରଣ ହୋଇଥିଲା ଏବଂ ସେହି ଦିନ ସଂଧ୍ୟା ୭-୧୫ରେ ଦିଲ୍ଲୀ ଆକାଶବାଣୀରୁ ପ୍ରଥମ ଓଡ଼ିଆ ଖବର ବୁଲେଟିନ ପ୍ରସାରିତ ହୋଇଥିଲା ଯାହାକି କଟକ ଆକାଶବାଣୀଦ୍ୱାରା ରିଲେ କରି ପ୍ରଚାର କରାଯାଇଥିଲା । ସେହି ପ୍ରଥମ ଦିଲ୍ଲୀ କେନ୍ଦ୍ରର ଓଡ଼ିଆ ଖବର ପଢ଼ିଥିଲେ ମନୋରଞ୍ଜନ ଦାସ [୭] । ତାର ମାତ୍ର ଦୁଇଦିନ ପରେ ତାଙ୍କୁ ଆକାଶବାଣୀରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ବିୟୋଗ ଖବର ଶୁଣାଇବାକୁ ପଡିଥିଲା । ସେତେବେଳେ ସେ ଥିଲେ ଦିଳ୍ଳୀ ଆକାଶବାଣୀର ପ୍ରଥମ ଓ ଏକ ମାତ୍ର ଓଡ଼ିଆ କର୍ମଚାରୀ । ମାତ୍ର ଉପରିସ୍ଥ ଅଧୀକାରୀଙ୍କ ଚକ୍ରାନ୍ତ ହେତୁ ସେ ବହୁତ ଶୀଘ୍ର ସେଠାରୁ ଇସ୍ତଫା ଦେଇ ଓଡ଼ିଶା ଚାଲି ଆସିଥିଲେ ।

ପରେ ୧୯୫୮ ମସିହାରେ ଯେତେବେଳେ କଟକ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପ୍ରସାରଣ ଆରମ୍ଭ ହେଲା, ସେତେବେଳେ ସେ ସେଠାରେ ସହ ସମ୍ପାଦକ ଭାବରେ ଯୋଗ ଦାନ କରିଥିଲେ[୮] । ଏହି ବିଭାଗରେ ସେ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ କଟକ ଆକାଶବାଣୀର ଡ୍ରାମା ବିଭାଗକୁ ସ୍ଥାନାନ୍ତର ହୋଇଥିଲେ ।

ରଚନାବଳୀସମ୍ପାଦନା

ମନୋରଞ୍ଜନ ଦାସ ଓଡ଼ିଆ ନାଟକରେ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ତାଙ୍କ ନାଟକରେ ଆଧୁନିକ ସମାଜିକ ଓ ରାଜନୈତିକ ବାସ୍ତବତାର ଦୃଶ୍ୟ ଦେଖିବାକୁ ମିଳେ । ଓଡ଼ିଆରେ ଉଦ୍ଭଟ ନାଟକ (Absurd Drama) ଲେଖିବାର ପରମ୍ପରା ସେ ଆରମ୍ଭ କରିଥିଲେ । ତାଙ୍କ ଉଲ୍ଲେଖଯୋଗ୍ୟ କୃତୀ ମଧ୍ୟରେ କାଠଘୋଡ଼ା ଓ ଅରଣ୍ୟ ଫସଲ ଅନ୍ୟତମ । ଅରଣ୍ୟ ଫସଲ ନାଟକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଥିଲେ ।

ନାଟକସମ୍ପାଦନା

  • ଜନ୍ମ ମାଟି (୧୯୪୩)[୯]
  • ଯୌବନ (୧୯୪୫)
  • ଅଗଷ୍ଟ ନଅ (୧୯୪୭)[୧୦]
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
  • ବକ୍ସି ଜଗବନ୍ଧୁ (୧୯୪୮)
  • ଆଗାମୀ (୧୯୫୦)
  • ଅବରୋଧ (୧୯୫୧)
  • ମହାସମୁଦ୍ର
  • ସାଗର ମନ୍ଥନ (୧୯୬୪)
  • ବନହଂସୀ (୧୯୬୯)
  • ଅରଣ୍ୟ ଫସଲ (୧୯୭୦), ଅସମୀୟା ଭାଷାକୁ ଅନୁବାଦିତ [୧୧]
  • କାଠ ଘୋଡ଼ା (୧୯୭୩)
  • ଅମୃତସ୍ୟ ପୁତ୍ର (୧୯୭୨)
  • ଉର୍ମୀ (୧୯୭୪)
  • ଶବ୍ଦଲିପି (୧୯୭୬)
  • ନନ୍ଦିକାକେଶରୀ (୧୯୮୫), ଇଂରାଜୀ ଭାଷାକୁ ଅନୁବାଦିତ [୧୨]
  • ଛୋଟ ନାଟକ

ଅନ୍ୟ ଭାଷାରେ ଅନୁଦିତ ନାଟକସମ୍ପାଦନା

  • ଅରଣ୍ୟ ଫସଲ - The Wild Harvest:- [୧୩] - ପ୍ରକାଶକ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ କଲିକତା- ୧୯୭୯, ପରବର୍ତ୍ତୀ ପ୍ରକାଶକ - ସାହିତ୍ୟ ଏକାଡଏମୀ - ୧୯୯୩ [୧୪]

[୧୫]

  • କାଠ ଘୋଡ଼ା - "The Wooden Horse"- ଅନୁବାଦକ - ପ୍ରଫୁଲ୍ଲ ମହାଂତି , ୧୯୮୨[୧୬], [୧୭]
  • ଶବ୍ଦ ଲିପି - "A Game of Words"[୧୮][୧୯]

ସମ୍ମାନ ଓ ପୁରସ୍କାରସମ୍ପାଦନା

ଆଧାରସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ