ମେଣ୍ଢା

ଗୃହପାଳିତ ପଶୁ

ଗୃହପାଳିତ ମେଣ୍ଢା (Domestic sheep /Ovis aries) ଏକ ଚତୁସ୍ପଦ (quadrupedal) ସ୍ତନ୍ୟପାୟୀ (mammal) ରୋମନ୍ଥନ‌କାରୀ ପ୍ରାଣୀ ଯାହାକୁ ସ୍ୱାଭାବିକ ଭାବରେ ପୋଶାଯାଏ । ଅଧିକାଂଶ ରୋମନ୍ଥନ‌କାରୀ ପ୍ରାଣୀଙ୍କ ଭଳି ଏମାନେ ଆର୍ଟିଓଡାକ୍ଟିଲା ଅର୍ଡ଼ର ସଭ୍ୟ । ଯଦିଓ ଓଭିସ ଜେନସର ଅନେକ ପ୍ରଜାତିଙ୍କୁ ମେଣ୍ଢା ନାମ ଦିଆଯାଏ, ଦୈନନ୍ଦିନ ଜୀବନରେ ଏହାକୁ ପ୍ରାୟ ଓଭିସ ଆରିସ ଭାବରେ ଉଲ୍ଲେଖ କରାଯାଏ । ଏମାନଙ୍କ ସଂଖ୍ୟା ପ୍ରାୟ ଏକ ବିଲିଅନ ବା ଶହେ କୋଟିରୁ ଅଧିକ ସର୍ବାଧିକ ସଂଖ୍ୟକ ମେଣ୍ଡା ପ୍ରଜାତିର ପ୍ରାଣୀ । ପ୍ରାପ୍ତ ବୟସ୍କ ମାଈ ମେଣ୍ଢାକୁ ଇଂରାଜୀରେ ଇଉଇ (ewe) କୁହାଯାଏ, ଅଣ୍ଡିରାକୁ ରାମ (ram) ବା ଟୁପ (tup) କୁହାଯାଏ; ଖାସୁ ହୋଇଥିବା ପ୍ରାଣୀକୁ ୱେଦର (wether), ଓ ଛୁଆକୁ ଲ୍ୟାମ୍ବ (lamb) କୁହାଯାଏ ।

Sheep
A flock of sheep.
Conservation status
Domesticated
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ମହାଶ୍ରେଣୀ:ଟେଟ୍ରାପୋଡା
ଗୋଷ୍ଠୀ:ମାମାଲିଆଫୋର୍ମ୍ସ
ଶ୍ରେଣୀ:ମାମାଲିଆ
Family:Bovidae
Subfamily:Caprinae
Genus:Ovis
ଜାତି:O. aries
ବାଇନୋମିଆଲ ନାମ
Ovis aries
Linnaeus, 1758
Synonyms

Ovis guineensis Linnaeus, 1758
Ovis strepsiceros Linnaeus, 1758

ୟୁରୋପ ଓ ଏସିଆର ଥିବା ବଣୁଆ ମୌଫ୍ଲନ (mouflon) ପ୍ରାଣୀର ବଂଶଧର ମେଣ୍ଢା ହୋଇପାରେ । ପୁରାତନ କାଳରୁ କୃଷିକାର୍ଯ୍ୟ କରିବା ଲକ୍ଷରେ ପାଳନ କରାଯାଉଥିବା ମେଣ୍ଢାମାନଙ୍କୁ ଅଧୁନା ମାଂସ, ଓ କ୍ଷୀର ନିମନ୍ତେ ପାଳନ କରାଯାଉଛି । ପଶମ କାର୍ଯ୍ୟ ନିମନ୍ତେ ଏହାର ରୁମକୁ କାଟି (shearing) ଉଲ (wool) ତିଆରି କରିବା ପାଇଁ ବ୍ୟବ‌ହାର କରାଯାଏ । ମେଣ୍ଢା ଛୁଆ ମାଂସକୁ ଇଂରାଜୀରେ ଓଭାଇନ Ovine ଓ ବଡ଼ ମେଣ୍ଢାର ମାଂସକୁ ମଟନ (en:mutton) କୁହାଯାଏ । ଅଧୁନା ଉଲ ଓ ମାଂସ ପାଇଁ ମେଣ୍ଢା ଅତି ଆବଶ୍ୟକ ହେଉଛି ଓ ବେଳେ ବେଳେ ତାର ଚର୍ମ (pelts), କ୍ଷୀର ଓ ବିଜ୍ଞାନ ଗବେଷଣା ପାଇଁ ମଧ୍ୟ ବ୍ୟବ‌ହାର କରାଯାଉଛି ।

ପୃଥିବୀର ଅଧିକାଂଶ ସ୍ଥାନରେ ଏହାକୁ କୃଷିକର୍ମରେ ନିୟୋଜିତ କରାଯାଏ ଓ ଅଧିକାଂଶ ସଭ୍ୟତାରେ ଏହା ଏକ ମୌଳିକ ଆବଶ୍ୟକତା ହୋଇଆସିଛି । ଅଧୁନା ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଦକ୍ଷିଣ ଓ ମଧ୍ୟ ଦକ୍ଷିଣ ଆମେରିକା ଦେଶଗୁଡ଼ିକ ତ‌ଥା ବ୍ରିଟିଶ ଦ୍ୱୀପ‌ପୁଞ୍ଜରେ (British Isles) ମେଣ୍ଢା ପାଳନ କରାଯାଏ ।

ମେଣ୍ଢା ପାଳନରେ ଦେଶ ବା ସ୍ଥାନ ଅନୁସାରେ ବିଭିନ୍ନ ଭାଷାଭାଷୀ ଲୋକ ଅନେକ ପ୍ରକାରର ଶବ୍ଦ ବ୍ୟବ‌ହାର କରନ୍ତି । ପୁରାତନ ଇଂରାଜୀ (Old English)ର scēap ଶବ୍ଦରୁ ମଧ୍ୟ ଇଂରାଜୀ (Middle English) ସମୟରେ ସିପ ଶବ୍ଦ ବ୍ୟବ‌ହାର କରାଗଲା । ମେଣ୍ଢା ଉଭୟ ଏକ ଓ ବ‌ହୁବଚନରେ ବ୍ୟବ‌ହୃତ ହୁଏ । ମେଣ୍ଢା ଦଳକୁ ଫ୍ଲକ୍, ହର୍ଡ଼ (herd) ବା ମ‌ବ କୁହାଯାଏ । ବୟସ ଅନୁସାରେ ମଧ୍ୟ ଏହାର ଅନେକ ନାମକରଣ ହୋଇଥାଏ ।

ଇତିହାସ ଅନୁସାରେ ଚାଷକାମ ନିମନ୍ତେ ଏହା ଏକ ଅଦ୍ୱିତୀୟ ପଶୁ, ମାନବ ସଂସ୍କୃତିରେ ଏହା ଓତଃପ୍ରୋତ ଭାବରେ ଜଡ଼ିତ । ଆଧୁନିକ ଭାଷା ଓ ସିମ୍ବୋଲୋଜିରେ (symbology) ମଧ୍ୟ ଏହାର ସ୍ତାନ ଅଛି । ବିଭିନ୍ନ ଭାଷା, ଆବ୍ରାହାମିକ ଧର୍ମ ପରମ୍ପରା, ସଂସ୍କୃତି ଓ ଗୋଲ୍ଡେନ ଫ୍ଲିସ କାହାଣୀ ଭଳି ପୁରାଣମାନଙ୍କରେ ମେଣ୍ଢାର ସ୍ଥାନ ଲିପିବଦ୍ଧ ହୋଇ ରହିଛି । ଉଭୟ ପୁରାତନ ଓ ଆଧୁନିକ ଯୁଗର ଧର୍ମକର୍ମରେ ଏହାକୁ ବଳି ଦେବା ପ୍ରଥା ଚାଲିଆସିଛି ।

ଇତିହାସସମ୍ପାଦନା

ଗୃହପାଳିତ ପଶୁ ଓ ତାଙ୍କର ବଣୁଆ ପୁର୍ବପୁରୁଷଙ୍କ ତ‌ଥା ପୂର୍ବଜଙ୍କ ବିଷୟ ଅସ୍ପଷ୍ଟ ଅଛି । [୧]

ପ୍ରଜାତିସମ୍ପାଦନା

Sheep being judged for adherence to their breed standard, and being held by the most common method of restraint

ଗୃହପାଳୀତ ମେଣ୍ଢା ଏକ ବ‌ହୁ-ଲକ୍ଷ ବିଶିଷ୍ଟ ପ୍ରାଣୀ ଓ ଏମାନଙ୍କର ପ୍ରାୟ ୨୦୦ ପ୍ରଜାତି ଅଛନ୍ତି ଓ ବିଭିନ୍ନ କର୍ମ ସାଧନ ପାଇଁ ସୃଷ୍ଟି କରାଯାଇଛି । [୨] ଏମାନଙ୍କ ସଂଖ୍ୟା ଏକ ହଜାରରୁ ଉର୍ଦ୍ଧ୍ୱ ବୋଲି ଅନେକ ଉତ୍ସ ଦାବୀ କରେ । [୩][୪]

ଆଧାରସମ୍ପାଦନା

  1. Hiendleder S, Kaupe B, Wassmuth R, Janke A (2002). "Molecular analysis of wild and domestic sheep questions current nomenclature and provides evidence for domestication from two different subspecies". Proc. Biol. Sci. 269 (1494): 893–904. doi:10.1098/rspb.2002.1975. PMC 1690972. PMID 12028771.
  2. "Sheep (Ovis aries)". Breeds of Livestock. Oklahoma State University Dept. of Animal Science. Retrieved 2007-11-02.
  3. Cathy M. Dwyer (31 July 2008). The Welfare of Sheep. シュプリンガー・ジャパン株式会社. pp. 56–. ISBN 978-1-4020-8552-9. Retrieved 15 October 2010.
  4. Per Jensen (2009). The ethology of domestic animals: an introductory text. CABI. pp. 162–. ISBN 978-1-84593-536-8. Retrieved 15 October 2010.
🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ