ଫତୁରାନନ୍ଦ

ବ୍ୟଙ୍ଗ ସାହିତ୍ୟିକ

ରାମ ଚନ୍ଦ୍ର ମିଶ୍ର, ଛଦ୍ମନାମ ଫତୁରାନନ୍ଦ ନାମରେ ଜଣାଶୁଣା, (୧ ଜୁନ ୧୯୧୫ - ୬ ନଭେମ୍ବର ୧୯୯୫) ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଥିଲେ । ସେ ୫୦୦ରୁ ଅଧିକ ହାସ୍ୟଗଳ୍ପ ରଚନା କରିଥିଲେ । ସେ ତାଙ୍କର ଆତ୍ମଜୀବନୀ ମୋ ଫୁଟା ଡଙ୍ଗାର କାହାଣୀ ସମେତ ଅନ୍ୟାନ୍ୟ ରଚନା ଯଥା ନାକଟା ଚିତ୍ରକର, ସାହି ମହାଭାରତ, ସାହିତ୍ୟଚାଷ, ଫମାଲୋଚନା, ଅମୃତ ବେହିଆ ଆଦି ପାଇଁ ଜଣାଶୁଣା ।

ଫତୁରାନନ୍ଦ
Born
ରାମଚନ୍ଦ୍ର ମିଶ୍ର

(1915-06-01)୧ ଜୁନ ୧୯୧୫
ଝାଞ୍ଜିରୀମଙ୍ଗଳା, କଟକ, ଓଡ଼ିଶା
Died୬ ନଭେମ୍ବର ୧୯୯୫(1995-11-06) (ବୟସ ୮୦)
Citizenshipଭାରତ
Educationଏଲ୍.ଏମ୍.ପି (୧୯୩୮)
Occupationଲେଖକ
Parents
  • ବିଦ୍ୟାଧର ମିଶ୍ର (ବାପା)
  • ସୁଭଦ୍ରା ମିଶ୍ର (ମାଆ)

ପ୍ରାରମ୍ଭିକ ଜୀବନ ଓ ଶିକ୍ଷାସମ୍ପାଦନା

ସେ ୧୯୧୫ ମସିହା ଜୁନ ୧ ତାରିଖରେ କଟକର ଝାଞ୍ଜିରିମଙ୍ଗଳାଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଦ୍ୟାଧର ମିଶ୍ର ଓ ମାତାଙ୍କ ନାମ ସୁଭଦ୍ରା ମିଶ୍ର ଥିଲା । ପିଲାଦିନେ ସେ ମସିହାସବୁ ମନେରଖି ପାରୁନଥିବାରୁ ଶିକ୍ଷକଙ୍କଠାରୁ ସବୁବେଳେ ବେତ ମାଡ଼ ଖାଉଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହାରେ ଆରମ୍ଭ ହୋଇଥିଲା ବୋଲି ସେ କୌଣସି ପ୍ରକାରେ ମନେରଖି ପାରିଥିଲେ । ତାହାର ବର୍ଷକ ପରେ ୧୯୧୫ ମସିହାରେ ତାଙ୍କର ଜନ୍ମ । ଏହି କଥାକୁ ନେଇ ସେ ଏକ ବ୍ୟଙ୍ଗ ଗପର ଅବତାରଣା କରି ଲେଖିଛନ୍ତି, "ବିଶ୍ୱଯୁଦ୍ଧ ଦେଖି ଈଶ୍ୱର ତାଙ୍କୁ କହିଲେ - "ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି? ଯାଆ ପୃଥିବୀରେ ବଢ଼ିଆ ଯୁଦ୍ଧ ହେଉଛି ଦେଖିବୁ ।" ତାଙ୍କ ଭାଷାରେ ଭଗବାନଙ୍କ କଥାମାନି, ସେ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ ।" ଡାକ୍ତରୀ ପଢୁଥିବା ବେଳେ ସେ ରୋଗଶିକାର ହୋଇ, ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ୧୯୩୮ ମସିହାରେ ମେଡିକାଲ ସ୍କୁଲରୁ ଏଲ୍.ଏମ୍.ପି ଡିଗ୍ରୀ ହାସଲ କରିଥିଲେ । ସେ ଅବିବାହିତ ରହିଥିଲେ ।

୧୯୯୫ ମସିହାରେ ଫତୁରାନନ୍ଦଙ୍କର ଦେହାନ୍ତ ହୋଇଥିଲା ।[୧]

ସାହିତ୍ୟ ରଚନାସମ୍ପାଦନା

ଫତୁରାନନ୍ଦ ଜଣେ ବ୍ୟଙ୍ଗ ସାହିତ୍ୟିକ ଭାବେ ଲୋକପ୍ରିୟ ।[୨] ତାଙ୍କ ରଚିତ ମୋ ଫୁଟା ଡଙ୍ଗାର କାହାଣୀ ନାମକ ଆତ୍ମଜୀବନୀ ସମକାଳୀନ ବ୍ୟଙ୍ଗ ରଚନା ଭାବରେ ଜଣାଶୁଣା ଥିଲା ।[୩] ଏହା ବ୍ୟତୀତ ନାକଟା ଚିତ୍ରକର, ସାହି ମହାଭାରତ[୪], ସାହିତ୍ୟଚାଷ, ଫମାଲୋଚନା, ଅମୃତ ବେହିଆ ଇତ୍ୟାଦି ତାଙ୍କର ଲୋକପ୍ରିୟ ରଚନା ।[୫] ସେ ମାସିକ ସାହିତ୍ୟ ପତ୍ରିକା ଡଗରର ସମ୍ପାଦନା ମଧ୍ୟ କରିଥିଲେ । ସାହିତ୍ୟ ରଚନା ସହିତ ସେ ଜଣେ ବ୍ୟଙ୍ଗଚିତ୍ରକାର ଭାବରେ ବ୍ୟଙ୍ଗ ଚିତ୍ରମାନ ଅଙ୍କନ କରିଥିଲେ । ତାଙ୍କ ବ୍ୟଙ୍ଗଚିତ୍ର ଜାତୀୟ ସ୍ଥରର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ହାସ୍ୟ ସାହିତ୍ୟ, କଳା ଓ ଅଭିନୟର ବିକାଶ ପାଇଁ 'ସରସ ସାହିତ୍ୟ ସମିତି' ଓ 'ହାସ୍ୟ ବିକାଶ କେନ୍ଦ୍ର' ଆଦି ଅନୁଷ୍ଠାନର ସ୍ଥାପନା କରିଥିଲେ ।

ରଚନାବଳୀସମ୍ପାଦନା

ପୁରସ୍କାର ଓ ସମ୍ମାନସମ୍ପାଦନା

  • ସାରଳା ସମ୍ମାନ [୯]

ଆଧାରସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ