ଦକ୍ଷିଣ କୋରିଆ

ପୂର୍ବ ଏସୀୟ ଦେଶ

ଦକ୍ଷିଣ କୋରିଆ, ଆନୁଷ୍ଠାନିକ ଭାବରେ କୋରିଆ ରିପବ୍ଲିକ୍, ପୂର୍ବ ଏସିଆର ଏକ ଦେଶ, କୋରିଆ ଉପଦ୍ୱୀପର ଦକ୍ଷିଣ ଭାଗରେ ସ୍ଥିତ। ଏହାର ଉତ୍ତର ସୀମାରେ ଉତ୍ତର କୋରିଆ ସୀମା ବାଣ୍ଟିଥାଏ | ଏହାର ରାଜଧାନି ସିଓଲ ପୃଥିବୀର ପଞ୍ଚମ ବୃହତ୍ତମ ମହାନଗର ନିଗମ ।ଦେଶର ଜନସଂଖ୍ୟା ୫୧ ନିୟୁତରୁ ଅଧିକ । ଏଥିରୁ ଅର୍ଧାଧିକ ସିଓଲ ମହାନଗର ଅଞ୍ଚଳରେ ବାସ କରନ୍ତି।

ଦକ୍ଷିଣ କୋରିଆ ଏକ ଉଚ୍ଚ ବିକଶିତ ଦେଶ। ଏସିଆର ମାନବ ବିକାଶ ସୂଚକାଙ୍କରେ ଏହା ତୃତୀୟ ସର୍ବୋଚ୍ଚ ଦେଶ ଭାବରେ ସ୍ଥାନିତ ହୋଇଛି । ଏହାର ଅର୍ଥନୀତି ବିଶ୍ୱର ଦଶମ ବୃହତ୍ତମ ଓ ଏଠାରେ ବିଶ୍ୱର ସବୁଠାରୁ ଘନ ଉଚ୍ଚ ବେଗବାନ ରେଳ ନେଟୱାର୍କ ଅବସ୍ଥିତ । ଦେଶ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ରପ୍ତାନିକାରୀ ଏବଂ ଅଷ୍ଟମ ବୃହତ୍ତମ ଆମଦାନୀକାରୀ ଦେଶ ।

ଭୂଗୋଳସମ୍ପାଦନା

ଦକ୍ଷିଣ କୋରିଆ ଭୌଗଳିକ ମାନଚିତ୍ର

ଦକ୍ଷିଣ କୋରିଆ କୋରିଆ ଉପଦ୍ୱୀପର ଦକ୍ଷିଣ ଭାଗ ଦଖଲ କରିଛି । ଏହି ପାର୍ବତ୍ୟ ଉପଦ୍ୱୀପର ପଶ୍ଚିମରେ ପୀତ ସାଗର ଏବଂ ପୂର୍ବରେ ଜାପାନ ସାଗର ଅବସ୍ଥିତ । ଏହାର ଦକ୍ଷିଣ ଦିଗରେ କୋରିଆ ଜଳମାର୍ଗ ଏବଂ ପୂର୍ବ-ଚୀନ ସାଗରରେ ଅବସ୍ଥିତ |

ଦକ୍ଷିଣ କୋରିଆ ୩୩°ରୁ ୩୯° ଉତ୍ତର ଅକ୍ଷାଂଶ ଏବଂ ୧୨୪°ରୁ ୧୩୦° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ | ଏହାର ସମୁଦାୟ କ୍ଷେତ୍ରଫଳ ହେଉଛି ୧୦୦,୦୩୨ ବର୍ଗ କିଲୋମିଟର (୩୮,୬୨୨.୫୭ ବର୍ଗ ମାଇଲ) ।ସାଧାରଣତଃ ଦକ୍ଷିଣ କୋରିଆକୁ ଚାରୋଟି ଅଞ୍ଚଳରେ ବିଭକ୍ତ କରାଯାଇପାରେ: ପୂର୍ବ ଭାଗରେ ଥିବ ଉଚ୍ଚ ପର୍ବତଶୃଙ୍ଖଳାର ଏବଂ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳଭୁମି ; ବିସ୍ତୃତ ଉପକୂଳବର୍ତ୍ତୀ ସମତଳଭୂମି, ନଦୀ ଅବବାହିକା ଏବଂ ମାଳଭୂମି ଭରା ପଶ୍ଚିମ ଭାଗ; ପର୍ବତ ଏବଂ ଉପତ୍ୟକା ଭରା ଦକ୍ଷିଣ-ପଶ୍ଚିମ ଅଞ୍ଚଳ; ଏବଂ ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବ ନାକଡୋଙ୍ଗ ନଦୀର ପ୍ରଶସ୍ତ ଅବବାହିକା ।

ଦକ୍ଷିଣ କୋରିଆର ଜଳବାୟୁ ଦୁଇପ୍ରକାରରେ ବିଭକ୍ତ ,ଯଥା :- ଆର୍ଦ୍ର ମହାଦେଶୀୟ ଜଳବାୟୁ ଏବଂ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ ରହିଥାଏ । ଏହା ପୂର୍ବ ଏସୀୟ ମୋୖସୁମୀଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ଅଧିକାଂଶ ବର୍ଷା ଗ୍ରୀଷ୍ମ ଋତୁରେ ହୋଇଥାଏ । ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଋତୁରେ ଅତ୍ୟଧିକ ଥଣ୍ଡା ହୁଏ ଓ ସର୍ବନିମ୍ନ ତାପମାତ୍ରା −୨୦° C (−୪° F) ତଳକୁ ଖସିଯାଏପାରେ ।

ଦକ୍ଷିଣ କୋରିଆର ଚାରୋଟି ଭିନ୍ନ ଋତୁ ଅଛି; ବସନ୍ତ, ଗ୍ରୀଷ୍ମ, ଶରତ ଏବଂ ଶୀତ | ବସନ୍ତ ସାଧାରଣତ ମାର୍ଚ୍ଚ ଶେଷରୁ ମେ ପ୍ରାରମ୍ଭ ପର୍ଯ୍ୟନ୍ତ , ଗ୍ରୀଷ୍ମ ମେ-ମଧ୍ୟଭାଗରୁ ସେପ୍ଟେମ୍ବର ପ୍ରାରମ୍ଭ, ଶରତ ସେପ୍ଟେମ୍ବର ମଧ୍ୟଭାଗରୁ ନଭେମ୍ବର ପ୍ରାରମ୍ଭ ଏବଂ ଶୀତ ନଭେମ୍ବର ମଧ୍ୟଭାଗରୁ ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ରହିଥାଏ |[୧]

ସରକାରସମ୍ପାଦନା

ଦକ୍ଷିଣ କୋରିଆର ସଂସଦ

ଦକ୍ଷିଣ କୋରିଆ ଏକ ସାମ୍ବିଧାନିକ ଗଣତନ୍ତ୍ର । ଦକ୍ଷିଣ କୋରିଆର ସରକାର ତିନୋଟି ଶାଖାରେ ବିଭକ୍ତ: କାର୍ଯ୍ୟନିର୍ବାହୀ, ନ୍ୟାୟିକ ଏବଂ ସଂସଦୀୟ । କାର୍ଯ୍ୟନିର୍ବାହୀ ଏବଂ |thumb|ଦକ୍ଷିଣ କୋରିଆ ଭୌଗଳିକ ମାନଚିତ୍ର]]ଶାଖାଗୁଡ଼ିକ ମୁଖ୍ୟତଃ ଜାତୀୟ ସ୍ତରରେ କାର୍ଯ୍ୟ କରନ୍ତି, ଯଦିଓ କାର୍ଯ୍ୟନିର୍ବାହୀ ଶାଖାର ବିଭିନ୍ନ ମନ୍ତ୍ରଣାଳୟ ସ୍ଥାନୀୟ କାର୍ଯ୍ୟ କରନ୍ତି | ସ୍ଥାନୀୟ ସରକାର ଅର୍ଦ୍ଧ-ସ୍ୱୟଂଶାସିତ, ଏବଂ ସେମାନଙ୍କର ନିଜସ୍ୱ କାର୍ଯ୍ୟନିର୍ବାହୀ ଏବଂ ବୈଧାନିକ ସଂସ୍ଥା ଅଛି | ନ୍ୟାୟିକ ଶାଖା ଉଭୟ ଜାତୀୟ ଏବଂ ସ୍ଥାନୀୟ ସ୍ତରରେ କାର୍ଯ୍ୟ କରେ ।[୨]

ପ୍ରଶାସନିକ ବିଭାଜନସମ୍ପାଦନା

ଦକ୍ଷିଣ କୋରିଆର ଆଠଟି ପ୍ରଦେଶ, ଗୋଟିଏ ସ୍ୱତନ୍ତ୍ର ସ୍ୱୟଂ ଶାସିତ ପ୍ରଦେଶ, ଛଅଟି ମହାନଗର ସହର (ସ୍ୱୟଂ ଶାସିତ ସହର ଯାହାକି କୌଣସି ପ୍ରଦେଶର ଅଂଶ ନୁହେଁ), ଗୋଟିଏ ସ୍ୱତନ୍ତ୍ର ସହର ଏବଂ ଗୋଟିଏ ସ୍ୱତନ୍ତ୍ର ସ୍ୱୟଂ ଶାସିତ ସହରରେ ବିଭକ୍ତ।

ଭାଷାସମ୍ପାଦନା

କୋରିଆନ୍ ଦକ୍ଷିଣ କୋରିଆର ସରକାରୀ ଭାଷା । କୋରିଆନ୍ କୌଣସି ଚୀନ ଦେଶୀୟ ଭାଷା ସହିତ ଜଡ଼ିତ ନୁହେଁ, ଯଦିଓ ଏହା ଅନେକ ଶବ୍ଦକୁ ଅନ୍ତର୍ଭୁକ୍ତ କରେ ଯାହା ଚୀନ ଦେଶୀୟ ଭାଷାରୁ ଉଦ୍ଭବ । କଥିତ କୋରିଆନରେ ଇଂରାଜୀ ଏବଂ ଅନ୍ୟ ୟୁରୋପୀୟ ଭାଷାର ଶବ୍ଦ ବ୍ୟବହୃତ ହୁଏ | କୋରିଆନ୍ ହାଙ୍ଗୁଲ୍ ନାମକ ଏକ ସ୍ୱଦେଶୀ ଲିପି ବ୍ୟବହାର କରେ। ଏହା ୧୪୪୬ରେ ରାଜ ସେଜୋଙ୍ଗଙ୍କଦ୍ୱାରା ସୃଷ୍ଟି ହୋଇଥିଲା। [୩]

ଆଧାରସମ୍ପାଦନା

  1. "Korea's Geography (Land, Territory, Landforms, Climate and Weather, Four Seasons)". AsianInfo.org. Retrieved 2020-11-11.
  2. "East Asia/Southeast Asia :: Korea, South - The World Factbook". Central Intelligence Agency. 2020-11-03. Archived from the original on 2015-07-03. Retrieved 2020-11-11.
  3. ଦକ୍ଷିଣ କୋରିଆ at Ethnologue (17th ed., 2013)
🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ