ଜର୍ମାନୀ

କେନ୍ଦ୍ରୀୟ ୟୁରୋପୀୟ ଦେଶ

ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।

ସଂଘୀୟ ଜର୍ମାନ ଗଣରାଜ୍ୟ

Bundesrepublik Deutschland
Flag of ଜର୍ମାନୀ
Coat of arms of ଜର୍ମାନୀ
FlagCoat of arms
ଜାତୀୟ ସଙ୍ଗୀତ: Deutschlandlied[୧]
(English: "Song of Germany")[a]

Location of  ଜର୍ମାନୀ  (dark green) – in Europe  (green & dark grey) – in the European Union  (green)  —  [Legend]
Location of  ଜର୍ମାନୀ  (dark green)

– in Europe  (green & dark grey)
– in the European Union  (green)  —  [Legend]

Location of ଜର୍ମାନୀ
ରାଜଧାନୀ ବର୍ଲିନ
ବୃହତ୍ତମ ସହରcapital
ସରକାରୀ ଭାଷାଜର୍ମାନ ଭାଷା
ଜାତୀୟତାଜର୍ମାନ
Governmentସଂଘୀୟ ସଂସଦୀୟ ସମ୍ବୈଧାନିକ ଗଣତନ୍ତ୍ର
• ରାଷ୍ଟ୍ରପତି
ଜୋଆଖିମ ଗୁଆକ
• ଚାନ୍ସେଲର
ଆଞ୍ଜେଲା ମର୍କେଲ
• ବୁଣ୍ଡେସ୍ତାଗର ନେତା (ବାଚସ୍ପତି)
ନରବର୍ଟ ଲାମର୍ଟ
• ବୁଣ୍ଡେସ୍ରାଟର ନେତା
ଷ୍ଟିଫାନ ୱାଇଲ
ବିଧାନ ମଣ୍ଡଳ
• ଉଚ୍ଚ ସଦନ
ବୁଣ୍ଡେସ୍ରାଟ
• ନିମ୍ନ ସଦନ
ବୁଣ୍ଡେସ୍ତାଗ
ଜର୍ମାନ ସାମ୍ରାଜ୍ୟ
• Holy Roman Empire
୨ ଫେବୃଆରୀ ୯୬୨
• ଜର୍ମାନ ସଂଘ
୮ ଜୁନ ୧୮୧୫
• ଐକୀକରଣ
୧୮ ଜାନୁଆରୀ ୧୮୭୧
• ସଂଘୀୟ ଗଣତନ୍ତ୍ର
୨୩ ମେ ୧୯୪୯
• EECର ସଂସ୍ଥାପନା] (ବର୍ତ୍ତମାନ ଇଉରୋପୀୟ ସଂଘ)
୧ ଜାନୁଆରୀ ୧୯୫୮
• ପୁନଃଐକୀକରଣ
୩ ଅକ୍ଟୋବର ୧୯୯୦
କ୍ଷେତ୍ରଫଳ
• ମୋଟ
[convert: invalid number] (୬୩ତମ)
• ଜଳଭାଗ (%)
୨.୪୧୬
ଲୋକସଂଖ୍ୟା
• ୨୦୧୪ estimate
80,716,000[୨] (୧୬ତମ)
• ୨୦୧୧ census
୮୦,୨୧୯,୬୯୫[୩] (୧୬ତମ)
• ଘନତା
[convert: invalid number] (୫୮ତମ)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)୨୦୧୪ estimate
• ମୋଟ
$୩.୩୩୮ ଲକ୍ଷ କୋଟି (ଟ୍ରିଲିୟନ)[୪] (୫ମ)
• ମୁଣ୍ଡପିଛା
$୪୧,୨୪୮[୪] (୧୬ତମ)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)୨୦୧୪ estimate
• ମୋଟ
$୩.୮୭୬ ଲକ୍ଷ କୋଟି (ଟ୍ରିଲିୟନ) (୪ର୍ଥ)
• ମୁଣ୍ଡପିଛା
$୪୭,୮୯୩[୪] (୧୫ତମ)
ଜିନି ଗୁଣାଙ୍କ  (୨୦୧୧)29.0[୫]
low
ମାନବ ବିକାଶ ସୂଚନାଙ୍କ (୨୦୧୩)Increase 0.920[୬]
very high · ୫ମ
ମୁଦ୍ରାୟୁରୋ (€) (EUR)
ସମୟ ମଣ୍ଡଳUTC+1 (CET)
• Summer (DST)
UTC+2 (CEST)
ରାସ୍ତା ଚାଲିବା ପାଖଡାହାଣ
ଟେଲିଫୋନ କୋଡ଼49
Internet TLD.de [୧]

ପ୍ରାଚୀନ କାଳରୁ ଜର୍ମାନିକ୍ ଜନଜାତିର ଲୋକେ ବର୍ତ୍ତମାନର ଇତ୍ତର ଜର୍ମାନୀ ଓ ଦକ୍ଷିଣ ସ୍କାଣ୍ଡିନେଭିୟା ଅଞ୍ଚଳରେ ବସବାସ କରୁଥିଲେ । ପ୍ରାଚୀନ ରୋମାନମାନେ ଏହି ଅଞ୍ଚଳର ନାମ ଦେଇଥିଲେ ଜର୍ମାନିୟା । ରୋମାନ ସାମ୍ରାଜ୍ୟର ଅଧଃପତନ ବେଳେ ଏହି ଜନଜାତି ସାମ୍ରାଜ୍ୟ ବିସ୍ତାର କରି ଅର୍ଦ୍ଧାଧିକ ଇଉରୋପକୁ ଆୟତ୍ତ କରିଥିଲେ । ଦଶମ ଶତାବ୍ଦୀରେ Holy Roman Empireରେ ସେମାନେ ଏକ କେନ୍ଦ୍ରୀୟ ସ୍ଥାନ ଗ୍ରହଣ କରିଥିଲେ । ଷୋଡଶ ଶତାବ୍ଦୀରେ ଏହି ସାମ୍ରାଜ୍ୟର ଉତ୍ତରାଞ୍ଚଳ ପ୍ରୋଟେଷ୍ଟାଣ୍ଟ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହୋ‍ଇଥିଲା । ନେପୋଲିୟନଙ୍କ ଅଧୀନସ୍ଥ ହେବା ପରେ ଜର୍ମାନ ସଂଘ ଗଠିତ ହେଲା ଯାହା ପରବର୍ତ୍ତୀ କାଳରେ ଜର୍ମାନ ଭାଷୀ ଅଞ୍ଚଳର ଐକୀକରଣ ଆନ୍ଦୋଳନର ରୂପ ନେଲା । ପ୍ରୁସିଆ ନେତୃତ୍ୱରେ ୧୮୭୧ରେ ଅଧିକାଂଶ ଜର୍ମାନ ଅଞ୍ଚଳ ସଂଗଠିତ ହୋ‍ଇଥିଲେ ।

୧୯୧୮-୧୯ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା । ଯଦିଚ ଜର୍ମାନୀ ଅନେକ ବୈଜ୍ଞାନିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଣୀ ଥିଲା, ଦେଶରେ ଲାଗିରହିଥିବା ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଯାହା Great Depression ସମୟରେ ଆହୁରି ବିକୃତ ରୂପ ନେଇଥିଲା ଏବଂ ଭାର୍ସାଇଲ୍ ସନ୍ଧିରେ ଜର୍ମାନୀର ଅପମାନ ଦେଶରେ ଅତିଦକ୍ଷିଣପନ୍ଥୀ ଆନ୍ଦୋଳନକୁ ଜନ୍ମ ଦେଲା । ୧୯୩୩ରେ ଜର୍ମାନୀରେ ତୃତୀୟ ରାଇଖ ବା ନାଜି ଶାସନ ଆରମ୍ଭ ହେଲା ଯାହା ସମୟକ୍ରମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ Holocaustର କାରଣ ହୋ‍ଇଥିଲା । ୧୯୪୫ରେ ଜର୍ମାନୀର ପତନ ପରେ ମିତ୍ର ରାଷ୍ଟ୍ରମାନଙ୍କଦ୍ୱାରା ଜର୍ମାନୀ ପୂର୍ବ ଓ ପଶ୍ଚିମ ଜର୍ମାନୀରେ ବିଭାଜିତ ହେଲା । ୧୯୯୦ରେ ବର୍ଲିନ କାନ୍ଥ ଭଗ୍ନ ହେବା ପରେ ଜର୍ମାନୀର ପୁନଃଐକୀକରଣ ସମ୍ପନ୍ନ ହେଲା ।

ଜର୍ମାନୀ ପୃଥିବୀରେ ସର୍ବମୋଟ ଆନ୍ତରିକ ଉତ୍ପାଦ (GDP) ଅନୁସାରେ ଚତୁର୍ଥ ଓ କ୍ରୟ ଶକ୍ତି ସମତା (PPP) ଅନୁସାରେ ପଞ୍ଚମ ସର୍ବବୃହତ୍ ରାଷ୍ଟ୍ର । ଆମଦାନୀ ଓ ରପ୍ତାନୀ ଉଭୟରେ ଜର୍ମାନୀର ସ୍ଥାନ ପଥିବୀରେ ତୃତୀୟ । ଜର୍ମାନୀ ବିକଶିତ ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଓ ଏଠାରେ ଜୀବନ-ସ୍ତର (Standard of Living) ବେଶ୍ ଉଚ୍ଚ । ଜର୍ମାନୀ ଅନେକ ଦାର୍ଶନିକ, କଳାକାର, ସଙ୍ଗୀତଜ୍ଞ, ବୈଜ୍ଞାନିକ ଓ ଉଦ୍ଭାବକଙ୍କୁ ଜନ୍ମ ଦେଇଛି । ଜର୍ମାନୀ ଏକ ବୃହତ୍ ଶକ୍ତି ଓ ଇଉରୋପୀୟ ସଂଘ ଛଡା ଜାତିସଂଘ, ନାଟୋ, ଜି ୮, ଜି ୨୦, OECD ଏବଂ ଇଉରୋପୀୟ କାଉନ୍ସିଲର ସଦସ୍ୟ ।

ଭୂଗୋଳସମ୍ପାଦନା

ସ୍ଥଳାକୃତିକ ମାନଚିତ୍ର

ଜର୍ମାନୀ ପଶ୍ଚିମ-ମଧ୍ୟ ଇଉରୋପରେ ୪୭°ରୁ ୫୫° ଉତ୍ତର ଅକ୍ଷାଂଶ ଏବଂ ୫°ରୁ ୧୬°ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହାର ଉତ୍ତରରେ ଡେନମାର୍କ, ପୂର୍ବରେ ପୋଲାଣ୍ଡ ଓ ଚେକ୍ ଗଣରାଜ୍ୟ, ଦକ୍ଷିଣରେ ଅଷ୍ଟ୍ରିଆ ଓ ସ୍ୱିଜରଲାଣ୍ଡ, ଦକ୍ଷିଣ-ପଶ୍ଚିମରେ ଫ୍ରାନ୍ସ ଓ ଲକ୍ସେମବର୍ଗ ଏବଂ ଉତ୍ତର-ପଶ୍ଚିମରେ ବେଲ୍‍ଜିୟମ ଓ ନେଦରଲାଣ୍ଡ ରହିଛି । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ ବର୍ଗ କି.ମି ଯେଉଁଥିରୁ ୩୪୯,୨୨୩ ବର୍ଗ କି.ମି ସ୍ଥଳଭାଗ ଓ ୭୭୯୮ ବର୍ଗ କି.ମି ଜଳଭାଗ । କ୍ଷେତ୍ରଫଳ ଅନୁସାରେ ଏହା ଇଉରୋପର ସପ୍ତମ ବୃହତ୍ତମ ଓ ପୃଥିବୀର ୬୨ତମ । [୧]

ଜର୍ମାନୀର ସର୍ବୋଚ୍ଚ ଶୃଙ୍ଗ ହେଉଛି ଦକ୍ଷିଣସ୍ଥ ଆଲ୍‍ପ୍ସ ପର୍ବତମାଳାର ଜୁଗସ୍ପିଟଜେ (୨୯୬୨ ମିଟର) ଓ ସର୍ବନିମ୍ନ ଅଞ୍ଚଳ ହେଉଛି ଉତ୍ତରସ୍ଥ North Seaର ତଟ । ଜଙ୍ଗଲ ଅଞ୍ଚଳ ମଧ୍ୟ କେନ୍ଦ୍ରରୁ ଉତ୍ତରକୁ ଉଚ୍ଚତାରେ କ୍ରମଶଃ କମି କମି ଯାଇଛି । ନଦୀଗୁଡିକ ମଧ୍ୟରୁ ରାଇନ, ଡାନ୍ୟୁବ ଓ ଏଲ୍‍ବ ପ୍ରମୁଖ । ପ୍ରମୁଖ ପ୍ରାକୃତିକ ସମ୍ପଦଗୁଡ଼ିକ ହେଉଛି ଲୌହପଥର, କୋ‍ଇଲା, ପଟାଶ, କାଠ, ୟୁରାନିୟମ, ତମ୍ବା, natural gas, ଲୁଣ, ନିକେଲ, ଉର୍ବର ମୃତ୍ତିକା ଓ ଯଥେଷ୍ଟ ଜଳ । [୧]

ପାଣିପାଗସମ୍ପାଦନା

ପଶ୍ଚିମ ପୋମେରାନିଆର ଡାର୍ସ ଉପକୂଳ : ଜର୍ମାନୀର ଉତ୍ତରସ୍ଥ ବାଲ୍ଟିକ୍ ଉପକୂଳର ଏକ ନମୁନା

ଜର୍ମାନୀର ଅଧିକାଂଶ ଭାଗ ସମଶୀତୋଷ୍ଣ ଜଳବାୟୁ ଅନ୍ତର୍ଗତ ଯାହାକି ପଶ୍ଚିମ ଇଉରୋପର ଭୂମଧ୍ୟସାଗରୀୟ ଜଳବାୟୁ ଓ ପୂର୍ବ ଇଉରୋପର ମହାଦେଶୀୟ ଜଳବାୟୁର ମଝାମଝି । ହାରାହାରି ବାର୍ଷିକ ବୃଷ୍ଟିପାତ ହେଉଛି ୭୮୯ ମି.ମି (୩୧ ଇଞ୍ଚ) । ବୃଷ୍ଟିପାତ ଋତୁ ଉପରେ ନିର୍ଭର ନୁହଁ କିମ୍ବା ଏକ ନିଶ୍ଚିତ ସମୟରେ ବର୍ଷାଋତୁ ହେବ ସେପରି ନୁହଁ । ଶୀତଋତୁ ମୃଦୁ ଓ ଗ୍ରୀଷ୍ମଋତୁ ଉଷ୍ମ (ତାପମାତ୍ରା ୩୦°Cରୁ ଅଧିକ ହୋ‍ଇପାରେ) । [୭]

ପୂର୍ବ ଜର୍ମାନୀର ଜଳବାୟୁ ମହାଦେଶୀୟ; ଶୀତଋତୁ ଅତି ଥଣ୍ଡା ଓ ଗ୍ରୀଷ୍ମ ମଧ୍ୟ ଅଧିକ ଉଷ୍ମ । କେନ୍ଦ୍ର ଓ ଦକ୍ଷିଣାଞ୍ଚଳରେ ମିଶ୍ରିତ ଜଳବାୟୁ ଅନୁଭୂତ ହୁଏ । ଏତଦ୍‍ବ୍ୟତୀତ ଦକ୍ଷିଣସ୍ଥ ଆଲ୍‍ପ୍ସ ପର୍ବତମାଳା ଓ ମଧ୍ୟସ୍ଥ ଉଚ୍ଚ ମାଳଭୂମିରେ ନିମ୍ନ ତାପମାତ୍ରା ଓ ଅଧିକ ବୃଷ୍ଟିପାତ ସହ ପାର୍ବତ୍ୟ ଜଳବାୟୁ ଅନୁଭୂତ ହୁଏ । [୭]

ଜୈବ ବିବିଧତାସମ୍ପାଦନା

ସୁବର୍ଣ୍ଣ ଗରୁଡ ଜର୍ମାନୀରେ ଏକ ସଂରକ୍ଷିତ ପକ୍ଷୀ

ଜର୍ମାନୀ ମୋଟାମୋଟି ଭାବେ ଦୁଇଟି ecoregionsରେ ବିଭକ୍ତ: European-Mediterranean montane mixed forests ଓ Northeast-Atlantic shelf marine । [୮] ୨୦୦୮ ସର୍ବେକ୍ଷଣ ଅନୁସାରେ ଦେଶର ଅଧିକାଂଶ ଭାଗ ଚାଷୋପଯୋଗୀ ଭୂମି (୩୪%) ଓ ଜଙ୍ଗଲ (୩୦.୧%)ରେ ପରିପୂର୍ଣ୍ଣ । ୧୩.୪% ଗୋଚର ଭୂମି ଓ ୧୧.୮% ଭୂମିରେ ଜନବସତି ରହିଛି । [୯]

ସାଧାରଣତଃ କେନ୍ଦ୍ରୀୟ ଇଉରୋପରେ ମିଳୁଥିବା ବୃକ୍ଷଲତା ଓ ପଶୁପକ୍ଷୀ ହିଁ ଦେଶରେ ପ୍ରାୟତଃ ମିଳନ୍ତି । ବିଚ୍, ଓକ୍ ଓ ଅନ୍ୟାନ୍ୟ ପର୍ଣ୍ଣପାତୀ (deciduous) ବୃକ୍ଷ ହେଉଛନ୍ତି ଜଙ୍ଗଲର ଏକ-ତୃତୀୟାଂଶ । ପୁନଃବନୀକରଣ ଯୋଗୁଁ ଶଙ୍କୁଜାତୀୟ ବୃକ୍ଷର ସଂଖ୍ୟା ବଢିଛି । ଉଚ୍ଚ ପାର୍ବତ୍ୟାଞ୍ଚଳରେ ମୁଖ୍ୟତଃ ସ୍ପୃଶ୍ ଓ ଫର ଏବଂ ବାଲୁଆ ମୃତ୍ତିକାରେ ପାଇନ୍ ଓ ଲାର୍ଚ୍ଚ ବୃକ୍ଷ ଦେଖାଯାଏ । ଏହାଛଡା ଅନେକ ଜାତିର ଫର୍ଣ୍ଣ, ଛତୁ, ଶିଉଳି ଓ ଫୁଲ ମଧ୍ୟ ମିଳେ । blue cornflower ଏକଦା ଜର୍ମାନୀର ଜାତୀୟ ଚିହ୍ନ ଥିଲା । [୧୦] ପଶୁଙ୍କ ମଧ୍ୟରୁ ହରିଣ, ବର୍‍ହା, ଶିଆଳ, ଓଧ, ଠେକୁଆ, ବିଭର୍ ଆଦି ପ୍ରମୁଖ । [୧୧]

ଜର୍ମାନୀରେ ୧୪ଟି ଜାତୀୟ ଉଦ୍ୟାନ, ୧୪ଟି ଜୈବ ମଣ୍ଡଳ ଓ ୯୮ଟି ପ୍ରାକୃତିକ ଉଦ୍ୟାନ ରହିଛି । ଏଠାରେ ୪୦୦ରୁ ଅଧିକ ପଞ୍ଜିକୃତ ଚିଡ଼ିଆଖାନା ଓ ପଶୁ ଉଦ୍ୟାନ ରହିଛି ଯାହା ଯେକୌଣସି ଅନ୍ୟ ଦେଶ ତୁଳନାରେ ଅଧିକ । [୧୨] ୧୮୪୪ରେ ଆରମ୍ଭ ହୋ‍ଇଥିବା ବର୍ଲିନ ଚିଡିଆଖାନା ଜର୍ମାନୀର ସର୍ବପୁରାତନ । [୧୩]

ରାଜନୀତିସମ୍ପାଦନା

ଜର୍ମାନ୍ ରାଜନୀତିକ ବ୍ୟବସ୍ଥାର ଢାଞ୍ଚା
ବର୍ଲିନ୍‌ର ରାଇଖ୍‌ଷ୍ଟାଗ୍ ଭବନ ହେଉଛି ଜର୍ମାନୀର ସଂସଦ (ବୁନ୍ଦେଷ୍ଟାଗ୍) ଭବନ

ଜର୍ମାନୀ ଏକ ସାଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ଦେଶର ରାଜନୀତିକ ବ୍ୟବସ୍ଥାର ଢାଞ୍ଚା ୧୯୪୯ର ସାମ୍ବିଧାନିକ ପ୍ରଲେଖ Grundgesetz (ମୌଳିକ ଆଇନ) ଉପରେ ଆଧାରିତ । ସମ୍ବିଧାନ ସଂଶୋଧନ ଲାଗି ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ । ତେବେ ସମ୍ବିଧାନର ମୌଳିକ ଆଧାର ଯଥା ମାନବାଧିକାର, କ୍ଷମତାର ବିଭାଜନ, ସଂଘୀୟ ସଂରଚନା, ଆଇନର ବୈଧତା ଆଦି ସମ୍ବନ୍ଧୀୟ ଧାରାଗୁଡ଼ିକ ଶାଶ୍ୱତ । [୧୪]

ରାଷ୍ଟ୍ରପତି ଦେଶର ମୂଖ୍ୟ, ତେବେ ତାଙ୍କର କ୍ଷମତା ଓ ଦାୟିତ୍ୱ ଔପଚାରିକ । ସେ Bundesversammlungଦ୍ୱାରା ନିର୍ବାଚିତ ହୁଅନ୍ତି ଯାହାକି ବୁନ୍ଦେଷ୍ଟାଗର ସାଂସଦ ଓ ରାଜ୍ୟର ପ୍ରତିନିଧିମାନଙ୍କୁ ନେଇ ଗଠିତ । କ୍ଷମତା ଅନୁକ୍ରମରେ ଦ୍ୱିତୀୟ ସର୍ବୋଚ୍ଚ ପଦାଧିକାରୀ ହେଉଛନ୍ତି Bundestagspräsident (ବୁନ୍ଦେଷ୍ଟାଗର ବାଚସ୍ପତି) । ସେ ବୁନ୍ଦେଷ୍ଟାଗର ସାଂସଦମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ଓ ଗୃହର ଦୈନିକ କାର୍ଯ୍ୟକ୍ରମ ସଞ୍ଚାଳନା କରନ୍ତି ।

ଜୋଆଖିମ୍ ଗୁଆକ
୨୦୧୨ରୁ ଜର୍ମାନୀର ରାଷ୍ଟ୍ରପତି
ଆଞ୍ଜେଲା ମର୍କେଲ
୨୦୦୫ରୁ ଜର୍ମାନୀର ଚାନ୍ସେଲର

ତୃତୀୟ ସ୍ଥାନରେ ଆସନ୍ତି ସରକାରର ମୁଖ୍ୟ ବା ଚାନ୍ସେଲର । ସେ ମଧ୍ୟ ବୁନ୍ଦେଷ୍ଟାଗଦ୍ୱାରା ନିର୍ବାଚିତ ହୁଅନ୍ତି ଓ ବାଚସ୍ପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । [୧୫] ପ୍ରାୟତଃ ଚାନ୍ସେଲର ସଂସଦର ସଂଖ୍ୟାଗରିଷ୍ଠ ଦଳର ନେତା ହୋ‍ଇଥାନ୍ତି ଓ ତାଙ୍କ ଭୂମିକା ଅନ୍ୟ ଦେଶଗୁଡିକର ପ୍ରଧାନମନ୍ତ୍ରୀଙ୍କ ସହ ତୁଳନୀୟ । ଆଞ୍ଜେଲା ମର୍କେଲ ୨୦୦୫ରୁ ଜର୍ମାନୀର ଚାନ୍ସେଲର ଅଛନ୍ତି ।

ସଂଘୀୟ ବ୍ୟବସ୍ଥାପକ କ୍ଷମତା ସଂସଦକୁ ପ୍ରଦତ୍ତ ଯାହା ନିମ୍ନ ସଦନ ବା ବୁନ୍ଦେଷ୍ଟାଗ ଓ ଉଚ୍ଚ ସଦନ ବା ବୁନ୍ଦେସ୍ରାଟକୁ ନେଇ ଗଠିତ । ବୁନ୍ଦେଷ୍ଟାଗର ସଂସଦମାନେ ସିଧାସଳଖ ନିର୍ବାଚିତ ହୁଅନ୍ତି, ବୁନ୍ଦେସ୍ରାଟର ସଦସ୍ୟମାନେ ବିଭିନ୍ନ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଆସନ୍ତି । [୧]

୧୯୪୯ ପରଠାରୁ ଦେଶର ଦୁଇ ପ୍ରମୁଖ ରାଜନୀତିକ ଦଳ ହେଲେ Christian Democratic Union ଓ the Social Democratic Party of Germany । ଏଯାବତ୍ ହୋ‍ଇଥିବା ସମସ୍ତ ଚାନ୍ସେଲର ଏହି ଦୁଇ ଦଳର । ଏହା ଛଡା Free Democratic Party ଓ Alliance '90/The Greens ଅନ୍ୟ ପ୍ରମୁଖ ଦଳ । ରାଜ୍ୟ ବିଧାନ ସଭାରେ The Left, Free Voters ଓ the Pirate Party ପରି ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟ ରହିଛନ୍ତି । [୧୬]

ଆଇନସମ୍ପାଦନା

ପୋଲିସ କାର ସହ ଜର୍ମାନ୍ ପୋଲିସ

ଜର୍ମାନୀର ନ୍ୟାୟପାଳିକା ନାଗରିକ ଆଇନ ଉପରେ ବ୍ୟବସ୍ଥିତ ଯାହା ମୁଖ୍ୟତଃ ସମ୍ରାଟ ଜଷ୍ଟିନିଆନଙ୍କ ପ୍ରାଚୀନ ରୋମର ଆଇନ ବ୍ୟବସ୍ଥା ଉପରେ ଆଧାରିତ । Bundesverfassungsgericht (ସଂଘୀୟ ସମ୍ବିଧାନିକ ନ୍ୟାୟାଳୟ) ଜର୍ମାନୀର ସର୍ବୋଚ୍ଚ ସମ୍ବିଧାନିକ ନ୍ୟାୟାଳୟ । [୧୫][୧୭] ସର୍ବୋଚ୍ଚ ନ୍ୟାୟପାଳିକା ବିଭିନ୍ନ ବିଭାଗରେ ବିଭକ୍ତ । ଦେୱାନୀ ଓ ଫୌଜଦାରୀ ମାମଲା ଲାଗି inquisitorial Federal Court of Justice ଓ ଅନ୍ୟାନ୍ୟ ମାମଲା ଲାଗି Federal Labour Court, Federal Social Court, Federal Finance Court and Federal Administrative Court. Völkerstrafgesetzbuch ମାନବତା ବିପକ୍ଷରେ ଅପରାଧ, ଜାତିସଂହାର, ଯୁଦ୍ଧକାଳୀନ ଅପରାଧ ଆଦି ଲାଗି ଥିବା ବିଶିଷ୍ଟ ଅଦାଲତ । [୧୮]

ନ୍ୟାୟିକ ଦଣ୍ଡ ବ୍ୟବସ୍ଥା ଜନସାଧାରଣଙ୍କ ସୁରକ୍ଷା ସହ ଅପରାଧୀଙ୍କ ସୁଧାର ଲାଗି ପ୍ରତିବଦ୍ଧ । [୧୯] ଛୋଟମୋଟ ଅପରାଧ (ଯାହା କେବଳ ଜଣେ ନ୍ୟାୟାଧୀଶଙ୍କଦ୍ୱାରା ବିଚାର କରାଯାଏ) ଓ ଗମ୍ଭୀର ରାଜନୈତିକ ଅପରାଧ ବ୍ୟତୀତ ଅନ୍ୟ ସବୁ ମାମଲାର ଶୁଣାଣି ପ୍ରଶିକ୍ଷିତ ନ୍ୟାୟାଧୀଶ ଓ ସାଧାରଣ ବ୍ୟକ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠଦ୍ୱାରା କରାଯାଏ । [୨୦][୨୧]

ପ୍ରଶାସନିକ ବ୍ୟବସ୍ଥା ସମ୍ବନ୍ଧୀୟ ଆଇନଗୁଡିକ ରାଜ୍ୟର ଦାୟିତ୍ୱ, ତେବେ ଅଧିକାଂଶ ରାଜ୍ୟ ଏ କ୍ଷେତ୍ରରେ ୧୯୭୬ର Verwaltungsverfahrensgesetz (Administrative Proceedings Act) ଅନୁସରଣ କରନ୍ତି ।

ପ୍ରଶାସନିକ ବିଭାଜନଜର୍ମାନୀ ୧୬ଗୋଟି ରାଜ୍ୟକୁ (Länder)ନେଇ ଗଠିତ ଏବଂ ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସମ୍ବିଧାନ ଓ ଆନ୍ତରିକ ସ୍ୱତନ୍ତ୍ରତା ରହିଛି । [୨୨] ନଗର-ରାଜ୍ୟ (City state) ଓ ସମ୍ପୂର୍ଣ୍ଣ ରାଜ୍ୟଗୁଡ଼ିକ ମଧ୍ୟରେ ଆକାରର ତାରତମ୍ୟ ଯୋଗୁଁ ବିଭାଜନରେ ମଧ୍ୟ ବିଭେଦ ରହିଛି । ୨୦୦୯ ସୁଦ୍ଧା ଜର୍ମାନୀ ମୋଟ ୪୦୩ଟି ଜିଲ୍ଲାରେ ବିଭାଜିତ (୩୦୧ ଗ୍ରାମୀଣ ଓ ୧୦୨ ସହରୀ) । [୨୩]

ଛାଞ୍ଚ:German Federal States

ରାଜ୍ୟରାଜଧାନୀକ୍ଷେତ୍ରଫଳ (କିମି²)ଜନସଂଖ୍ୟା[୨୪]
ବାଡେନ୍-ଉର୍ଟେମବର୍ଗ୍ଷ୍ଟୁଟ୍‌ଗାର୍ଟ୩୫,୭୫୨୧୦,୫୬୯,୧୦୦
ବାଭାରିଆମ୍ୟୁନିଖ୍୭୦,୫୪୯୧୨,୫୧୯,୬୦୦
ବର୍ଲିନ୍ବର୍ଲିନ୍୮୯୨୩,୩୭୫,୨୦୦
ବ୍ରାଣ୍ଡେନବର୍ଗପଟ୍ସ୍‌ଡାମ୍୨୯,୪୭୭୨,୪୪୯,୫୦୦
ବ୍ରେମେନ୍ବ୍ରେମେନ୍୪୦୪୬୫୪,୮୦୦
ହାମବର୍ଗହାମବର୍ଗ୭୫୫୧,୭୩୪,୩୦୦
ହେସେୱିସ୍‌ବାଡେନ୍୨୧,୧୧୫୬,୦୧୬,୫୦୦
ମେକ୍‌ଲେନ୍‍ବର୍ଗ-ଭୋରପୋମର୍ନଶ୍ୱେରିନ୍୨୩,୧୭୪୧,୬୦୦,୩୦୦
ନିମ୍ନ ସାକ୍ସନିହାନୋଭର୍୪୭,୬୧୮୭,୭୭୯,୦୦୦
ଉତ୍ତର ରାଇନ-ୱେଷ୍ଟଫାଲିଆଡସେଲଡର୍ଫ୩୪,୦୪୩୧୭,୫୫୪,୩୦୦
ରାଇନଲାଣ୍ଡ-ପାଲାଟିନେଟମାଇନ୍ଜ୧୯,୮୪୭୩,୯୯୦,୩୦୦
ସାରଲାଣ୍ଡସାରବ୍ରୁକେନ୍୨,୫୬୯୯୯୪,୩୦୦
ସାକ୍ସନିଡ୍ରେସ୍‌ଡେନ୧୮,୪୧୬୪,୦୫୦,୨୦୦
ସାକ୍ସନି-ଆନହାଲ୍ଟମାଗ୍‌ଡେବର୍ଗ୨୦,୪୪୫୨,୨୫୯,୪୦୦
ଶ୍ଲେଷ୍‍ୱିଗ୍-ହୋଲଷ୍ଟାଇନକିଲ୍୧୫,୭୬୩୨,୮୦୬,୫୦୦
ଥୁରିଞ୍ଜିଆଏରଫର୍ଟ୧୬,୧୭୨୨,୧୭୦,୫୦୦

ବୈଦେଶିକ ସମ୍ବନ୍ଧସମ୍ପାଦନା

ହାଇଲିଗେଣ୍ଡାମ୍ରେ ଚାନ୍ସେଲର ଆଞ୍ଜେଲା ମର୍କେଲ ଜି ୮ ବୈଠକ ଲାଗି

ଜର୍ମାନୀର ୧୯୦ଟି ଦେଶରେ ୨୨୯ ଗୋଟି ଦୂତାବାସ ରହିଛି । [୨୫][୨୬] ୨୦୧୧ ସୁଦ୍ଧା ଏହା ଇଉରୋପୀୟ ସଂଘର ସର୍ବବୃହତ୍ (୨୦%) [୨୭] ଓ ଜାତିସଂଘର ତୃତୀୟ ସର୍ବବୃହତ୍ (୮%) [୨୮] ଅଂଶଦାତା । ଏହା ମଧ୍ୟ ନାଟୋ, ଅର୍ଥନୈତିକ ସହଯୋଗ ଓ ଉନ୍ନତି ସଙ୍ଗଠନ (OECD), ଜି ୮, ଜି ୨୦, ବିଶ୍ୱବ୍ୟାଙ୍କ, ଅନ୍ତରାଷ୍ଟୀୟ ମୁଦ୍ରା କୋଷ (IMF)ର ସଦସ୍ୟ । ବିଶ୍ୱଯୁଦ୍ଧ ସମୟର ଶତ୍ରୁତା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଜର୍ମାନୀର ଫ୍ରାନ୍ସ ସହ ସୁଦୃଢ ସମ୍ପର୍କ ସ୍ଥାପିତ ହୋ‍ଇଛି ।

ଜର୍ମାନୀର ସୈନ୍ୟବାହିନୀସମ୍ପାଦନା

Eurofighter Typhoon ଜର୍ମାନ୍ ବାୟୁସେନାର ଏକ ଲଢୁଆ ବିମାନ

ଜର୍ମାନୀର ସୈନ୍ୟବାହିନୀ (Bundeswehr) ସ୍ଥଳସେନା ( Heer), ନୌସେନା (Marine), ବାୟୁସେନା (Luftwaffe), ସଂଯୁକ୍ତ ସାମରିକ ଚିକିତ୍ସା ସେବା ଓ ସଂଯୁକ୍ତ ସହଯୋଗୀ ସେବା (Streitkräftebasis)ରେ ବିଭକ୍ତ । ସମ୍ବିଧାନ ଧାରା ୮୭ (କ) ଅନୁସାରେ ସେନାର ଭୂମିକା ରକ୍ଷାତ୍ମକ ମାତ୍ର । ୧୯୯୦ ପୂର୍ବରୁ ସେନାର ଭୂମିକା କେବଳ ବିପତ୍ତି ନିୟନ୍ତ୍ରଣରେ ସୀମିତ ଥିଲା । ତେବେ ୧୯୯୦ରେ ଜର୍ମାନୀ ପୁନଃଐକୀକରଣ ପରେ ପୂର୍ବ-ପଶ୍ଚିମ ଶତ୍ରୁତା ବଦଳରେ ଜର୍ମାନୀ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେଲା । ଏହା ନେଇ ସଂଘୀୟ ସମ୍ବିଧାନିକ ଅଦାଲତ ୧୯୯୪ରେ 'ରକ୍ଷାତ୍ମକ'ର ସଂଜ୍ଞା ବଦଳାଇ ଦେଲେ । ବର୍ତ୍ତମାନ ସୀମା ସୁରକ୍ଷା ସହ ସଙ୍କଟାବସ୍ଥାର ମୁକାବିଲା ଓ ପୃଥିବୀର ଯେକୌଣସି ସ୍ଥାନରେ ଜର୍ମାନୀର ସୁରକ୍ଷା, ସେନାର ଦାୟିତ୍ୱ ଅନ୍ତର୍ଗତ ।

ଜର୍ମାନ୍ ସୈନ୍ୟବାହିନୀର Leopard 2 ଟ୍ୟାଙ୍କ

୨୦୧୧ରେ ସାମରିକ ବ୍ୟୟ ଦେଶର GDPର ୧.୩% ଥିଲା । GDP ଅନୁସାରେ ଏହା ବେଶ ତଳେ କିନ୍ତୁ ମୋଟ ଧନରାଶି ଅନୁସାରେ ଏହା ପୃଥିବୀରେ ନବମ । [୨୯] ଶାନ୍ତି ସମୟରେ ସେନାର ଆଧିକାରିକ ପ୍ରମୁଖ ପ୍ରତିରକ୍ଷା ମନ୍ତ୍ରୀ ଓ ଯୁଦ୍ଧ ସମୟରେ ଚାନ୍ସେଲର । [୩୦]

୨୦୧୨ ସୁଦ୍ଧା ସେନାରେ ୧୮୩,୦୦୦ ପ୍ରଶିକ୍ଷିତ ସୈନିକ ଓ ୧୭,୦୦୦ ସ୍ୱୈଚ୍ଛିକ ସୈନିକ ଅଛନ୍ତି । [୩୧] ଏହା ଛଡା ସେନାର ରିଜର୍ଭ ସୈନିକମାନେ ମଧ୍ୟ ସାମରିକ ଅଭ୍ୟାସରେ ଭାଗ ନିଅନ୍ତି । [୩୨] ସେନାର ୬୯୦୦ ସୈନିକ ବିଦେଶରେ ଅବସ୍ଥିତ: ୪୯୦୦ ନାଟୋ ଅନ୍ତର୍ଗତ ଆଫଗାନିସ୍ତାନ ଓ ଉଜବେକିସ୍ତାନ ରେ, ୧୧୫୦ କୋସୋଭୋରେ ଓ ୩୦୦ ଲେବାନନରେ । [୩୩]

୨୦୧୧ ଯାଏଁ ୧୮ ବର୍ଷୀୟ ସମସ୍ତ ଯୁବକଙ୍କ ଲାଗି ୬ମାସ ସାମରିକ ସେବା ବାଧ୍ୟତାମୂଳକ ଥିଲା । ଏହା ବଦଳରେ ନାଗରିକ ବିଭାଗରେ ୬ ମାସ କିମ୍ବା ୬ ବର୍ଷ ଆପାତକାଳୀନ ସେବା (ଅଗ୍ନିଶମ, ରେଡକ୍ରସ) ପାଇଁ ପ୍ରତିବଦ୍ଧତା (ଲୋକ ଅଭାବ ହେଲେ ସେବା ଡାକରା) ମଧ୍ୟ ବିକଳ୍ପ ଥିଲା । ୨୦୧୧ରେ ଅନିବାର୍ଯ୍ୟ ସାମରିକ ସେବା ବ୍ୟବସ୍ଥା ରଦ୍ଦ କରାଗଲା । [୩୪][୩୫] ୨୦୦୧ ପରଠୁଁ ମହିଳାଙ୍କୁ ସେନାରେ ଯେକୌଣସି ଭୂମିକା ଗ୍ରହଣ କରିବାର ଅଧିକାର ମିଳିଲା । ବର୍ତ୍ତମାନ ୧୭,୫୦୦ ଜଣ ମହିଳା ସୈନିକ ସେନାରେ ଅଛନ୍ତି । [୩୬]

ଅର୍ଥନୀତିସମ୍ପାଦନା

ଫ୍ରାଙ୍କ୍‌ଫର୍ଟ୍ ଜର୍ମାନୀର ଅର୍ଥନୈତିକ ରାଜଧାନୀ । ଏଠି ଇଉରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟାଳୟ ପ୍ରଦର୍ଶିତ
ଶ୍ରମ ପିଛା ଉତ୍ପାଦନ କ୍ଷମତାରେ ଜର୍ମାନୀ ଇଉରୋପରେ ଆଗୁଆ । OECD, ୨୦୧୨ ତଥ୍ୟ
୨୦୦୩ରୁ ୨୦୦୮ ଯାଏଁ ରପ୍ତାନୀରେ ଜର୍ମାନୀ ପୃଥିବୀରେ ୧ନଂ ଥିଲା [୩୭]
ଜର୍ମାନୀ ଆର୍ଥିକ ସଂଘ ଇଉରୋଜୋନ୍ (ଗାଢ ନେଳିରେ ପ୍ରଦର୍ଶିତ)ର ସଦସ୍ୟ

ଜର୍ମାନୀର ଉନ୍ନତ ଅର୍ଥନୀତି ପଛରେ ପ୍ରଶିକ୍ଷିତ ଶ୍ରମ ଶକ୍ତି, ବିଶାଳ ପୁଞ୍ଜି ବିନିଯୋଗ ଓ ନାହିଁ ମାତ୍ର ଦୁର୍ନୀତି [୩୮] ରହିଛି । ମୋଟ GDP ପିଛା ସେବା କ୍ଷେତ୍ରର ଅବଦାନ ସର୍ବାଧିକ (୭୧%) ଓ ତା’ପରେ ଶିଳ୍ପ (୨୮%); ଅର୍ଥନୀତି ପ୍ରତି କୃଷିର ଅବଦାନ ନଗଣ୍ୟ (୧%) । [୧] ଏପ୍ରିଲ ୨୦୧୪ରେ ସରକାରୀ ସୂତ୍ରାନୁସାରେ ଜାତୀୟ ବେକାରି ଦର ୬.୮% [୩୯] (ଉଲ୍ଲେଖନୀୟ ଯେ ପୂର୍ଣ୍ଣକାଳୀନ ଚାକିରି ସନ୍ଧାନରେ ଥିବା ସାମୟିକ ଚାକିରିଆ ମଧ୍ୟ ବେକାରରେ ଗଣା [୪୦]) ।

ଜର୍ମାନୀ ଅର୍ଥନୀତି କ୍ଷେତ୍ରରେ ଇଉରୋପୀୟ ରାଷ୍ଟ୍ରଙ୍କ ସହଯୋଗକୁ ପ୍ରାଧାନ୍ୟ ଦେଇ ଆସିଛି । ୧ ଜାନୁଆରୀ ୨୦୦୨ରେ ଇଉରୋପୀୟ ମୁଦ୍ରା ୟୁରୋର ପ୍ରଚଳନ ହେଲା । [୪୧][୪୨] ଜର୍ମାନୀର ଆର୍ଥିକ ନୀତି ଫ୍ରାଙ୍କଫର୍ଟସ୍ଥିତ ଇଉରୋପୀୟ କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ନିର୍ଦ୍ଧାରିତ ହୁଏ । ପୁନଃଐକୀକରଣର ୨ ଦଶନ୍ଧି ପରେ ମଧ୍ୟ ଆୟ ଓ ଜୀବନସ୍ତର ଅନୁସାରେ ପୂର୍ବତନ ପଶ୍ଚିମ ଜର୍ମାନ ଅଞ୍ଚଳଗୁଡିକ ପୂର୍ବତନ ପୂର୍ବ ଜର୍ମାନୀ ତୁଳନାରେ ଉନ୍ନତତର । [୪୩] ପୂର୍ବ ଜର୍ମାନୀର ଆଧୁନିକୀକରଣ ଏକ ଦୀର୍ଘମିଆଦି ଯୋଜନା । ୨୦୧୯ ସୁଦ୍ଧା ଚାଲିବାକୁ ଥିବା ଏହି ଯୋଜନା ଅନ୍ତର୍ଗତ ପ୍ରତିବର୍ଷ ପଶ୍ଚିମଦ୍ୱାରା ପୂର୍ବକୁ ପ୍ରାୟ ୮୦ ବିଲିୟନ ଡଲାର ପ୍ରଦାନ କରାଯାଏ । .[୪୪]

ପୃଥିବୀର ଦୁଇ-ତୃତୀୟାଂଶ ବାଣିଜ୍ୟ ମେଳା ଜର୍ମାନୀରେ ହିଁ ହୁଏ । [୪୫]

Fortune Global 500 ଯାହାକି ଆୟ ଅନୁସାରେ ପୃଥିବୀର ୫୦୦ ସର୍ବବୃହତ କମ୍ପାନୀର ତାଲିକା, ସେଥିରୁ ୩୭ଟି ମୁଖ୍ୟାଳୟ ଜର୍ମାନୀରେ । ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧ କମ୍ପାନୀଗୁଡିକ ହେଲେ Mercedes-Benz, BMW, SAP, Siemens, Volkswagen, Adidas, Audi, Allianz, Porsche, Bayer, Bosch ଓ Nivea । [୪୬] ବଡ଼ ବଡ଼ କମ୍ପାନୀ ଛଡା ଜର୍ମାନୀ ମଧ୍ୟ ଲଘୁ ଓ ମଧ୍ୟମ ଉଦ୍ୟୋଗରେ ଭରପୂର । ଏଥିରୁ ପ୍ରାୟ ୧୦୦୦ଟି କମ୍ପାନୀ ନିଜ ନିଜ କ୍ଷେତ୍ରରେ ଅଗ୍ରଣୀ । [୪୭]

ଆଧାରଭୂତ ସୁବିଧାସମ୍ପାଦନା

କୋଲୋନ୍-ଫ୍ରାଙ୍କ୍‌ଫର୍ଟ ଦ୍ରୁତଗାମୀ ରେଳଲାଇନ୍‍ରେ ICE 3 ଟ୍ରେନ୍

ଜର୍ମାନୀର ଇଉରୋପରେ କେନ୍ଦ୍ରୀୟ ସ୍ଥିତି ଯୋଗୁଁ ଏହା ଗମନାଗମନର ପେଣ୍ଠସ୍ଥଳୀ, ଯାହାକି ଜର୍ମାନୀର ଅତ୍ୟନ୍ତ ଉନ୍ନତ ଓ ବିଶାଳ ପରିବହନ ବ୍ୟବସ୍ଥାରୁ ପ୍ରତିଫଳିତ । [୪୮] ଜର୍ମାନୀର ହାଇୱେ ବା ଆଉଟୋବାହନ୍ ଯାହା ଲମ୍ବାନୁସାରେ ପୃଥିବୀରେ ତୃତୀୟ, ଗତିସୀମା ନଥିବାରୁ ବିଶେଷ ବିଖ୍ୟାତ । [୪୯] ରେଳ ବ୍ୟବସ୍ଥା Deutsche Bahnଦ୍ୱାରା ପରିଚାଳିତ । ଏହାର InterCityExpress ବା ICE ନେଟୱାର୍କ ପ୍ରମୁଖ ଜର୍ମାନ ସହର ଓ ପଡୋଶୀ ରାଷ୍ଟ୍ରର କେତେକ ସହର ମଧ୍ୟରେ ୩୦୦କି.ମି/ପ୍ରତି ଘଣ୍ଟା ବେଗଗାମୀ ରେଳଦ୍ୱାରା ସଂଯୋଗ କରେ । [୪୯] ବିମାନ ବନ୍ଦର ମଧ୍ୟରୁ ଫ୍ରାଙ୍କଫର୍ଟ ଓ ମ୍ୟୁନିଖ ବୃହତ୍ତମ । ଏହାଛଡା ବର୍ଲିନର ସନେଫେଲ୍ଡ, ହାମବର୍ଗ, ବନ, ଲିପଜିଗ ବିମାନ ବନ୍ଦରଗୁଡ଼ିକ ପ୍ରମୁଖ । ହାମବର୍ଗର ଜାହାଜ ବନ୍ଦର ପୃଥିବୀର କୋଡିଏଟି ବୃହତ୍ତମ ବନ୍ଦର ମଧ୍ୟରୁ ଗୋଟିଏ । [୫୦]

୨୦୦୮ରେ ଜର୍ମାନୀ ପୃଥିବୀର ଷଷ୍ଠ ବୃହତ୍ତମ ଶକ୍ତି ଉପଯୋଗକର୍ତ୍ତା ଥିଲା [୫୧], ଏଥିରୁ ୬୦% ଆମଦାନୀକୃତ ଥିଲା । [୫୨] ସରକାରୀ ନୀତି ବର୍ତ୍ତମାନ ଶକ୍ତି ସଂରକ୍ଷଣ ଓ ଅକ୍ଷୟ ଶକ୍ତିକୁ ପ୍ରାଧାନ୍ୟ ଦେଉଛି । ୨୦୨୦ ସୁଦ୍ଧା ଦେଶର ୪୦% ଓ ୨୦୫୦ ସୁଦ୍ଧା ୧୦୦% ବିଦ୍ୟୁତ ଆବଶ୍ୟକତା ଅକ୍ଷୟ ଶକ୍ତିଦ୍ୱାରା ପୂରଣ କରାଯିବାର ଲକ୍ଷ୍ୟ ରହିଛି । [୫୩] ୨୦୧୦ରେ ପ୍ରମୁଖ ଶକ୍ତି ସ୍ରୋତଗୁଡିକ ଥିଲା: ପେଟ୍ରୋଲ (୩୩.୭%), କୋ‍ଇଲା (୨୨.୯%), ପ୍ରାକୃତିକ ଖଣିଜ ଗ୍ୟାସ (୨୧.୮%), ପରମାଣୁ ଶକ୍ତି (୧୦.୮%), ଜଳ ଓ ପବନ ଶକ୍ତି (୧.୫%) ଓ ଅନ୍ୟାନ୍ୟ (୭.୯%) । [୫୪] ୨୦୦୦ରେ ସରକାର ଓ ପରମାଣୁ ଶକ୍ତି ଉତ୍ପାଦକ ଉଦ୍ୟୋଗ ମଧ୍ୟରେ ହୋ‍ଇଥିବା ଚୁକ୍ତି ଅନୁସାରେ ୨୦୧୨୧ ସୁଦ୍ଧା କ୍ରମଶଃ ସମସ୍ତ ପରମାଣୁ ଶକ୍ତି ଚାଳିତ ବିଜୁଳିଘର ଗୁଡିକୁ ବନ୍ଦ କରିବାର ଯୋଜନା ରହିଛି । [୫୫]

ଜର୍ମାନୀ କ୍ୟୋଟୋ ସନ୍ଧି (Kyoto protocol) ଓ ଅନ୍ୟାନ୍ୟ ଜୈବବିବିଧତା, ପରିବେଶ ପ୍ରଦୂଷଣରୁ ସୁରକ୍ଷା ଆଦି ଚୁକ୍ତି ଗୁଡିକର ସ୍ୱାକ୍ଷରକର୍ତ୍ତା । ସରକାର ଏଥିଲାଗି ବ୍ୟାପକ ସ୍ତରରେ ପ୍ରଦୂଷଣ ହ୍ରାସ ଲାଗି ଉଦ୍ୟମରତ । [୫୬] ତଥାପି ସବୁଜଗୃହ ଗ୍ୟାସ ଉତ୍ସର୍ଜନରେ ଜର୍ମାନୀ, ଇ.ସଂରେ ସର୍ବାଗ୍ରେ ଯାହାକି ଏହାର ଜନବହୁଳତା ଓ ଉତ୍ପାଦନର ପ୍ରତିଫଳନ ମାତ୍ର । [୫୭] ଗ୍ରିଫ୍ସୱାଲ୍ଡର ୱେଣ୍ଡେଲଷ୍ଟାଇନ (Wendelstein 7-X) ପ୍ରୟୋଗ ମାଧ୍ୟମରେ ଜର୍ମାନୀ ମଧ୍ୟ ନାଭିକୀୟ ସମେକନ ଶକ୍ତିର ବିକାଶରେ ଉଦ୍ୟମରତ ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାସମ୍ପାଦନା

ଆଲବର୍ଟ ଆଇନଷ୍ଟାଇନ

ବିଜ୍ଞାନ କ୍ଷେତ୍ରରେ ଜର୍ମାନୀର ଅବଦାନ ଅତୁଳନୀୟ । ଗବେଷଣା ଓ ଅନୁସନ୍ଧାନ (research and development)ର ଦେଶର ଅର୍ଥନୀତିରେ ଭୂମିକା ରହିଛି । [୫୮] ଜର୍ମାନୀରୁ ୧୦୪ ଜଣ ନୋବେଲ ପୁରସ୍କାର ବିଜେତା ହୋ‍ଇଛନ୍ତି । [୫୯] ବିଂଶ ଶତାବ୍ଦୀରେ ଯେକୌଣସି ଅନ୍ୟ ରାଷ୍ଟ୍ର ତୁଳନାରେ ଜର୍ମାନୀ ସର୍ବାଧିକ ପୁରସ୍କାର ପାଇଥିଲା (ବିଶେଷତଃ ବିଜ୍ଞାନରେ) । [୬୦][୬୧]

ଆଲବର୍ଟ ଆଇନଷ୍ଟାଇନ୍‌ଙ୍କ ସାପେକ୍ଷତା ସିଦ୍ଧାନ୍ତ (୧୯୦୫- ଆଲୋକ ପାଇଁ ସାପେକ୍ଷତା ଓ ୧୯୧୫- ଗୁରୁତ୍ୱାକର୍ଷଣ ପାଇଁ) ପଦାର୍ଥ ବିଜ୍ଞାନର ପ୍ରଧାନ ସିଦ୍ଧାନ୍ତଗୁଡିକ ମଧ୍ୟରୁ ଅନ୍ୟତମ । ଆଇନଷ୍ଟାଇନ ଓ ମାକ୍ସ ପ୍ଳାଙ୍କ କ୍ୱାଣ୍ଟମ ମେକାନିକ୍ସର ମୂଳଦୁଆ ପକାଇଥିଲେ ଯାହା ୱର୍ଣ୍ଣର ହାଇଜେନବର୍ଗ ଓ ମାକ୍ସ ବର୍ଣ୍ଣଙ୍କ ଅବଦାନଦ୍ୱାରା ଅଗ୍ରସର ହୋ‍ଇଥିଲା । [୬୨] ତାଙ୍କ ପୂର୍ବରୁ ମଧ୍ୟ ହର୍ମାନ ଭନ ହେମହୋଲ୍ଡଜ, ଜୋସେଫ ଭନ ଫ୍ରାଉନହଫର ଓ ଗାବ୍ରିଏଲ ଡାନିଏଲ ଫାରେନ୍ହାଇଟଙ୍କ ପରି ପଦାର୍ଥବିଜ୍ଞାନୀ ଜର୍ମାନୀକୁ ସୁନାମଧନ୍ୟ କରାଇଥିଲେ । ୱିଲହେଲ୍ମ ରଣ୍ଟଜେନ, ରଞ୍ଜନ ରଶ୍ମିର ଆବିଷ୍କାର ଲାଗି ପଦାର୍ଥ ବିଜ୍ଞାନର ପ୍ରଥମ ନୋବେଲ ପୁରସ୍କାର ବିଜେତା ହୋ‍ଇଥିଲେ । [୬୩] ଅଟୋ ହାନ୍, ରେଡିଓସକ୍ରିୟତା ଉପରେ ଗବେଷଣା କରି ନାଭିକୀୟ ବିଖଣ୍ଡନ ଆବିଷ୍କାର କରିଥିଲେ । [୬୪] ଫର୍ଡିନାଣ୍ଡ କୋହ୍ନ ଓ ରବର୍ଟ କଚ୍ ଆଣୁଜୀବ ବିଜ୍ଞାନର ପ୍ରତିଷ୍ଠାତା । କାର୍ଲ ଫିଡ୍ରିକ ଗସ୍, ଡାଭିଡ ହିଲବର୍ଟ, ବର୍ଣ୍ଣହାର୍ଡ ରିମ୍ୟାନ, ଗଟଫ୍ରିଡ ଲିବନିଜ, କାର୍ଲ ୱାଏରଷ୍ଟ୍ରାସ, ହର୍ମାନ ୱେଇଲ ଓ ଫିଲିକ୍ସ କ୍ଳାଇନଙ୍କ ପରି ବିଖ୍ୟାତ ଗଣିତଜ୍ଞମାନେ ଜର୍ମାନୀର ସୁପୁତ୍ର ।

ବିଶ୍ୱପ୍ରସିଦ୍ଧ ମାକ୍ସ ପ୍ଳାଙ୍କ ଅନୁଷ୍ଠାନ ସହ ହେଲ୍ମହୋଲ୍ଡ୍‌ଜ୍ ସଙ୍ଗଠନ ଓ ଫ୍ରାଉନହଫର ଅନୁଷ୍ଠାନ ପରି ଗବେଷଣା ସଂସ୍ଥାନଗୁଡିକ ଜର୍ମାନୀରେ ରହିଛି । ଗଟଫ୍ରିଡ ୱିଲହେଲ୍ମ ଲିବନିଜ ପୁରସ୍କାର ପ୍ରତିବର୍ଷ ୧୦ ଜଣ ବୈଜ୍ଞାନିକ ଓ ବିଦ୍ୱାନଙ୍କୁ ପ୍ରଦାନ କରାଯାଏ । ୨୫ଲକ୍ଷ ଇଉରୋ ପୁରସ୍କାର ରାଶି ବିଶିଷ୍ଟ ଏହି ପୁରସ୍କାର ସର୍ବାଧିକ ଧନରାଶି ବିଶିଷ୍ଟ ପୁରସ୍କାର ଗୁଡିକରୁ ଗୋଟିଏ । [୬୫]

ଜର୍ମାନୀ ମଧ୍ୟ ଅନେକ ଉଦ୍ଭାବକ ଓ ଯନ୍ତ୍ରୀଙ୍କ ମାତୃଭୂମି । ଜୋହାନ୍ସ ଗୁଟେନବର୍ଗଙ୍କ ଚଳନ୍ତି ଟାଇପ ବିଶିଷ୍ଟ ମୁଦ୍ରଣ ବ୍ୟବସ୍ଥା, ହାନ୍ସ ଗାଇଗରଙ୍କ ଗାଇଗର କାଉଣ୍ଟର, କନ୍ରାଡ ଯୁସଙ୍କ ସମ୍ପୂର୍ଣ୍ଣ ସ୍ୱଚାଳିତ ଡିଜିଟାଲ କମ୍ପ୍ୟୁଟର [୬୬] ଆଦି ଉଲ୍ଳେଖନୀୟ । ଅନ୍ତରିକ୍ଷ ଯନ୍ତ୍ରୀ (Aerospace engineer) ୱର୍ଣ୍ଣେର ଭନ ବ୍ରାଉନ ପ୍ରଥମ ମହାକାଶ ରକେଟ ଉଦ୍ଭାବନ କରିଥିଲେ । ପରବର୍ତ୍ତୀ କାଳରେ ନାସାଠାରେ ବିକଶିତ Saturn V ଚନ୍ଦ୍ରଗାମୀ ରକେଟର ବିକାଶରେ ତାଙ୍କର ବିଶେଷ ଭୂମିକା ଥିଲା । ଏହାବିନା ଆମେରିକାର ଆପୋଲୋ ମହାକାଶ ଯୋଜନା ସଫଳ ହୋ‍ଇପାରି ନଥା’ନ୍ତା । ହାଇନରିଖ ହର୍ଜଙ୍କ ବିଦ୍ୟୁତଚୁମ୍ବକୀୟ ବିକିରଣ ପ୍ରତି ଅବଦାନ ଯୋଗୁଁ ହିଁ ଆଧୁନିକ ଦୂରସଞ୍ଚାର ବ୍ୟବସ୍ଥା ସମ୍ଭବ ହୋ‍ଇପାରିଛି । [୬୭]

ଏହା ଛଡା ପ୍ରଦୂଷଣମୁକ୍ତ 'ସବୁଜ' ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜର୍ମାନୀ ଅଗ୍ରଣୀ । ଏହି କ୍ଷେତ୍ର ସହ ସଂପୃକ୍ତ ଜର୍ମାନ୍ ଉଦ୍ୟୋଗର ମୋଟ ମୂଲ୍ୟ ୨୦୦ ବିଲିୟନ ଇଉରୋରୁ ଊର୍ଦ୍ଧ୍ୱ । [୬୮]

ପର୍ଯ୍ୟଟନସମ୍ପାଦନା

ବାଭାରିଆର ଏକ ଚର୍ଚ୍ଚ

ଜନସାଂଖ୍ୟିକ ତଥ୍ୟସମ୍ପାଦନା

୨୦୧୧ ଜନଗଣନି ଅନୁସାରେ ୮ କୋଟି ଜନସଂଖ୍ୟା [୩] ସହ ଜର୍ମାନୀ ଇ.ସଂର ସର୍ବାଧିକ, ରୁଷିଆ ପରେ ଇଉରୋପର ସର୍ବାଧିକ ଓ ପୃଥିବୀର ୧୬ତମ ଜନବହୁଳ ରାଷ୍ଟ୍ର । [୬୯] ଜନସଂଖ୍ୟା ଘନତ୍ୱ ୨୨୫ ବ୍ୟକ୍ତି/ବର୍ଗ କି.ମି । ହାରାହାରି ଜାତୀୟ ଆୟୁ ୮୦.୧୯ ବର୍ଷ (ପୁରୁଷ: ୭୭.୯୩, ମହିଳା: ୮୨.୫୮) । [୧] ପ୍ରଜନନ ହାର ୧.୪୧ ବା ୮.୩୩ ଜନ୍ମ ପ୍ରତି ୧୦୦୦ ବ୍ୟକ୍ତି । [୧] ୧୯୭୦ ପରଠାରୁ ଜର୍ମାନୀର ମୃତ୍ୟୁହାର ଏହାର ଜନ୍ମହାରଠାରୁ ଅଧିକ ଥିଲା [୭୦] ଯଦିଓ ନିକଟ ଅତୀତରେ ଜନ୍ମହାର ବୃଦ୍ଧି ପାଇଛି । [୭୧]

ଅଳ୍ପସଂଖ୍ୟକ ସମୁଦାୟସମ୍ପାଦନା

୪ ଗୋଟି ଜନଜାତି, ଜାତୀୟ ଅଳ୍ପସଂଖ୍ୟକ ସମୁଦାୟ ରୂପେ ପରିଚିତ : ଡେନମାର୍କୀୟ, ଫ୍ରିସୀୟ, ରୋମା ଓ ସିଣ୍ଟି, ସୋର୍ବୀୟ । [୭୨] ଉତ୍ତରସ୍ଥ ଶ୍ଲେଷ୍‍ୱିଗ-ହୋଲଷ୍ଟାଇନ ରାଜ୍ୟରେ ପ୍ରାୟ ୫୦,୦୦୦ ପାଖାପାଖି ଡେନମାର୍କୀୟ ରହନ୍ତି । [୭୨] ସେହି ରାଜ୍ୟର ପଶ୍ଚିମ ଉପକୂଳ ଓ ନିମ୍ନ ସାକ୍ସନି ରାଜ୍ୟର ଉତ୍ତର-ପଶ୍ଚିମରେ ଫ୍ରିସୀୟମାନେ ବସବାସ କରନ୍ତି । ଫ୍ରିସୀୟମାନେ ଜର୍ମାନୀରୁ ନେଇ ନେଦରଲ୍ୟାଣ୍ଡ ଯାଏଁ ଅବସ୍ଥାନ କରନ୍ତି । ସ୍ଲାଭିକ ଜାତିର ସୋର୍ବମାନେ ସାକ୍ସନି ଓ ବ୍ରାଣ୍ଡେନବର୍ଗର ଲୁସାଟିଆ ଅଞ୍ଚଳରେ ରହନ୍ତି । ସରକାରୀ ସୂତ୍ରାନୁସାରେ ତାଙ୍କର ଜନସଂଖ୍ୟା ୬୦,୦୦୦ । [୭୨] ସେମାନେ ଜର୍ମାନୀର ବିଧିବିଧାନ ଆପଣେଇ ନ ନେଇ ନିଜର ପ୍ରାଚୀନ ପରମ୍ପରା ବଜାୟ ରଖିଛନ୍ତି ।

ଅପ୍ରବାସୀ ଜନସଂଖ୍ୟାସମ୍ପାଦନା

୧୮୦୦ରୁ ଜର୍ମାନୀର ଜନସଂଖ୍ୟା ବୃଦ୍ଧି

ଦେଶର ୯୨.୩% ଜନସଂଖ୍ୟାର ଜାତୀୟତା ଜର୍ମାନ୍ । [୩] ୨୦୧୧ ସୁଦ୍ଧା ୭.୭% ଜନସଂଖ୍ୟା (୬୦ ଲକ୍ଷ) ଅପ୍ରବାସୀ । ଦେଶର ୨୦% ଲୋକ ବିଦେଶୀ କିମ୍ବା ଆଂଶିକ ରୂପେ ବିଦେଶୀ ବଂଶୋଦ୍ଭବ । %[୭୩] ୨୦୦୫ରୁ ଜନଗଣନାରେ ବିସ୍ତୃତ ତଥ୍ୟ ସଂଗ୍ରହ ଆରମ୍ଭ ହୋ‍ଇଛି ଯାହା ଅନୁସାରେ ଅପ୍ରବାସୀ ପରିବାରଙ୍କ ସଂଖ୍ୟା ୨% ବଢିଛି । [୭୪] ବିଦେଶାଗତ ପରିବାର ଅଧିକାଂଶତଃ ଦେଶର ପଶ୍ଚିମଭାଗରେ ରହନ୍ତି । ସ୍ଥାନୀୟ ପରିବାର ତୁଳନାରେ ଏପରି ପରିବାରରେ ପ୍ରାୟତଃ ୩ ବା ଅଧିକ ନାବାଳକ ପିଲା ଥାଆନ୍ତି (୯% ତୁଳନାରେ ୧୫%) । [୭୪]

ଜାତିସଂଘ ଜନସଂଖ୍ୟା ପାଣ୍ଠି ଅନୁସାରେ ଦୁନିଆର ମୋଟ ୧୯ କୋଟି ଅପ୍ରବାସୀଙ୍କ ମଧ୍ୟରୁ ୫% (୧ କୋଟି) ଜର୍ମାନୀରେ ରହନ୍ତି ଯାହା ଅପ୍ରବାସୀ ସଂଖ୍ୟା ଅନୁସାରେ ତୃତୀୟ । .[୭୫] ପୂର୍ବରୁ ହୁଗୁଳା ଥିବା ଶରଣ ଓ ପ୍ରବାସ ସମ୍ବନ୍ଧୀୟ ଜର୍ମାନ୍ ନିୟମ କଠୋର ହେବା ଯୋଗୁଁ ଜର୍ମାନୀରେ ନୂଆ ଶରଣପନ୍ଥୀ ବା ଅପ୍ରବାସୀଙ୍କ ସଂଖ୍ୟା ଆଉ ଏତେମାତ୍ରାରେ ବଢିନାହିଁ । [୭୬] ୨୦୦୮ ସୁଦ୍ଧା ଅପ୍ରବାସୀ ଗୋଷ୍ଠୀଙ୍କ ସଂଖ୍ୟା ଥିଲା : ତୁର୍କ (୨୫ ଲକ୍ଷ), ଇଟାଲୀୟ (୭.୭୬ ଲକ୍ଷ) ଓ ପୋଲାଣ୍ଡ (୬.୮୭ ଲକ୍ଷ) । ୧୯୮୭ ପରଠୁ ପ୍ରାୟ ୩୦ ଲକ୍ଷ ଜର୍ମାନ ଭାଷୀ ପୂର୍ବତନ 'ଇଷ୍ଟର୍ଣ୍ଣ ବ୍ଲକ୍'ରୁ ଜର୍ମାନୀକୁ ପ୍ରବାସ କରିଛନ୍ତି । [୭୭]

ଅଧିକାଂଶ ଅଳ୍ପସଂଖ୍ୟକ ଅପ୍ରବାସୀ, ବୃହତ୍ ସହରାଞ୍ଚଳ ଯଥା: ବର୍ଲିନ୍, ହାମବର୍ଗ, ଫ୍ରାଙ୍କ୍‌ଫର୍ଟ୍, ରାଇନ-ରୁର୍, ରାଇନ-ନେକାର୍, ମ୍ୟୁନିଖ୍ ଆଦିରେ ରହନ୍ତି । ଗ୍ରାମୀଣ ଅଞ୍ଚଳ, ବିଶେଷତଃ ପୂର୍ବତନ ପୂର୍ବ ଜର୍ମାନୀରେ ଏମାନଙ୍କ ସଂଖ୍ୟା ନଗଣ୍ୟ । ଅନ୍ୟପକ୍ଷରେ ଆମେରିକା [୭୮], ବ୍ରାଜିଲ,[୭୯] ଆର୍ଜେଣ୍ଟିନା [୮୦] ଓ କାନାଡାରେ [୮୧] ସର୍ବାଧିକ ଜର୍ମାନ୍ ବଂଶଜ ଅପ୍ରବାସୀ ରହନ୍ତି ।

ସହରୀକରଣସମ୍ପାଦନା

ଜର୍ମାନୀରେ ଗୁଡିଏ ବଡ଼ ସହର ରହିଛି । ସରକାରୀ ଭାବେ ଦେଶରେ ୧୧ଗୋଟି ମହାନଗର ରହିଛି । ଆହୁରି ୩୪ଟି ସହର ବୃହତ୍ ନଗରୀ ସ୍ତରର । ସର୍ବବୃହତ୍ ନଗରଜାଲ (conurbation) ହେଉଛି ରାଇନ-ରୁର୍ ଅଞ୍ଚଳ ଯେଉଁଠି ଡସେଲଡର୍ଫ୍, କୋଲୋନ୍, ବନ୍, ଏସେନ୍, ଡୁଇସ୍‍ବର୍ଗ ଓ ବୋଖମ୍ ପରି ନଗରୀଗୁଡ଼ିକ ରହିଛି । [୮୨]

ଧର୍ମସମ୍ପାଦନା

ରାଇନ୍ କୂଳରେ ଥିବା କୋଲୋନ୍‌ର କ୍ୟାଥଲିକ କ୍ୟାଥେଡ୍ରାଲ୍ UNESCO ତାଲିକାଭୁକ୍ତ
'ବର୍ଲିନର୍ ଡୋମ୍' ଜର୍ମାନୀର ଅନ୍ୟତମ ଇଭାଞ୍ଜେଲିକାଲ କ୍ୟାଥେଡ୍ରାଲ୍

ଖ୍ରୀଷ୍ଟ ଧର୍ମାବଲମ୍ବୀ ଦେଶର ୬୨.୮% (୫ କୋଟି) ଓ ଦେଶର ସର୍ବବୃହତ୍ ଧାର୍ମିକ ଗୋଷ୍ଠୀ । [୮୩] ଏଥିରୁ ୩୦% ରୋମାନ କ୍ୟାଥଲିକ ଓ ବାକିତକ ପ୍ରୋଟେଷ୍ଟାଣ୍ଟ (୨୯.୯% ଇଭାଞ୍ଜେଲିକାଲ ଚର୍ଚ୍ଚ ଓ ବାକି ଅନ୍ୟାନ୍ୟ) । ପ୍ରୋଟେଷ୍ଟାଣ୍ଟମାନେ ମୁଖ୍ୟତଃ ଉତ୍ତର ଓ ପୂର୍ବରେ ଏବଂ କ୍ୟାଥଲିକମାନେ ଦକ୍ଷିଣ ଓ ପଶ୍ଚିମରେ କେନ୍ଦ୍ରୀଭୂତ । [୮୪]

ଏହା ପରେ ଇସଲାମ ଧର୍ମାବଲମ୍ବୀଙ୍କ ସଂଖ୍ୟା ୪୩ ଲକ୍ଷ (୪.୬-୫.୨%),[୮୫] ବୌଦ୍ଧ ୨.୫ ଲକ୍ଷ, ଇହୁଦୀ ୨ ଲକ୍ଷ ଓ ହିନ୍ଦୁଙ୍କ ସଂଖ୍ୟା ୯୦,୦୦୦ । ଅଧିକାଂଶ ମୁସଲିମ ତୁର୍କୀର ସୁନ୍ନି ଓ ଆଲେୱି କିନ୍ତୁ ଅଳ୍ପସଂଖ୍ୟାରେ ସିହା ଓ ଅନ୍ୟ ମୁସଲିମ ଗୋଷ୍ଠୀ ମଧ୍ୟ ରହିଛନ୍ତି । [୮୫] ଫ୍ରାନ୍ସ୍ ଓ ବ୍ରିଟେନ ପରେ ଇଉରୋପରେ ସର୍ବାଧିକ ଇହୁଦୀ ଜର୍ମାନୀରେ ରହନ୍ତି । [୮୬] ଦେଶର ୫୦% ବୌଦ୍ଧମାନେ ମୂଳ ଏସୀୟ ନିବାସୀ । [୮୭]

ନାସ୍ତିକଙ୍କ ସଂଖ୍ୟା ଦେଶରେ ୩୪.୧%, ଯାହା ମୁଖ୍ୟତଃ ପୂର୍ବ ଜର୍ମାନୀ ଓ ସହରାଞ୍ଚଳରେ କେନ୍ଦ୍ରୀଭୂତ । [୮୮] ପୂର୍ବତନ ପୂର୍ବ ଜର୍ମାନୀର କମ୍ୟୁନିଷ୍ଟ ସରକାରଦ୍ୱାରା ପରିପୃଷ୍ଟ ନାସ୍ତିକତାର ଏହା ପ୍ରତିଫଳନ ମାତ୍ର ।

ଭାଷାସମ୍ପାଦନା

ମୋଟ ଦଶ କୋଟି ଜର୍ମାନ ଭାଷୀ ବ୍ୟକ୍ତିଙ୍କ ସହ ଜର୍ମାନ୍ ଇ.ସଂର ସର୍ବାଧିକ କଥିତ ଭାଷା[୮୯]

ଜର୍ମାନ୍ ଭାଷା ହେଉଛି ଦେଶର ରାଜଭାଷା ଓ ପ୍ରମୁଖ ପ୍ରଚଳିତ ଭାଷା । [୯୦] ଇ.ସଂର ୨୪ଟି ଆନୁଷ୍ଠାନିକ ଭାଷାରୁ ଏହା ଅନ୍ୟତମ [୯୧] ଓ ଇଉରୋପୀୟ କମିଶନର ବ୍ୟବହୃତ ୩ଟି ଭାଷାରୁ ଗୋଟିଏ ।

ଅନୁମୋଦିତ ଅଳ୍ପସଂଖ୍ୟକ ଭାଷାଗୁଡିକ ହେଲେ: ଡାନିଶ୍, ନିମ୍ନ ଜର୍ମାନ୍, ସୋର୍ବୀୟ, ରୋମାନୀ ଓ ଫ୍ରିସୀୟ । ଅପ୍ରବାସୀ ଭାଷା ମଧ୍ୟରୁ ତୁର୍କୀୟ, କୁର୍ଦୀୟ, ପୋଲାଣ୍ଡ ଭାଷା, ବାଲ୍କାନ୍ ଭାଷା, ଋଷୀୟ ପ୍ରଧାନ । ୬୭% ଜର୍ମାନ୍ ନିଜ ମାତୃଭାଷା ସହ ଅନ୍ତତଃ ଆଉ ଏକ ଭାଷା ଜାଣନ୍ତି ଓ ୨୭% ଦୁଇଟି ଭାଷାରେ ପାରଙ୍ଗମ । [୯୦]

ପ୍ରାମାଣିକ ଜର୍ମାନ୍ର ଉତ୍ପତ୍ତି ପଶ୍ଚିମ ଜର୍ମାନିକ୍ ଭାଷାରୁ ଯାହାକି ଇଂରାଜୀ, ନିମ୍ନ ଜର୍ମାନ୍, ଡଚ୍ ଓ ଫ୍ରିସୀୟ ଭାଷା ସହ ସମ୍ବନ୍ଧିତ । ପୂର୍ବ (ବିଲୁପ୍ତ) ଓ ଉତ୍ତର ଜର୍ମାନିକ୍ ଭାଷା ସହ ମଧ୍ୟ ଏହାର ସମାନତା ରହିଛି । ଏହା ଇଣ୍ଡୋ-ଇଉରୋପୀୟ ଭାଷା ଗୋଷ୍ଠୀ ଅନ୍ତର୍ଗତ [୯୨] ଓ ଏହାର ଅଧିକାଂଶ ଶବ୍ଦାବଳୀ ଏହି ଗୋଷ୍ଠୀର ଜର୍ମାନିକ୍ ଶାଖାରୁ ଆନୀତ । ଲାଟିନ୍ ଓ ଗ୍ରୀକ୍ରୁ ମଧ୍ୟ ବହୁଳ ପରିମାଣରେ ଶବ୍ଦ ଗୃହୀତ ହୋ‍ଇଛି । ଅଳ୍ପସଂଖ୍ୟାରେ ଇଂରାଜୀ ଓ ଫରାସୀର ମଧ୍ୟ ଶବ୍ଦାବଳୀରେ ଅବଦାନ ରହିଛି । ଜର୍ମାନ୍, ଲାଟିନ ଲିପିରେ ଲେଖାଯାଏ । ବିଭିନ୍ନ ଅଞ୍ଚଳ ଭେଦରେ ଉପଭାଷା ମାନ ରହିଛି ଯାହା ପ୍ରାମାଣିକ ଜର୍ମାନ୍ରୁ ଶବ୍ଦାବଳୀ, ଉଚ୍ଚାରଣ ଓ ବାକ୍ୟସଜ୍ଜାରେ ଭିନ୍ନ । [୯୩]

ଶିକ୍ଷାସମ୍ପାଦନା

୧୩୬୬ରେ ସ୍ଥାପିତ ହାଇଡେଲବର୍ଗ ବିଶ୍ୱବିଦ୍ୟାଳୟ ଜର୍ମାନୀର ସର୍ବପୁରାତନ ଓ ଅନ୍ୟତମ ଶ୍ରେଷ୍ଠ[୯୪]

୧୫ ବର୍ଷରୁ ଊର୍ଦ୍ଧ୍ୱ ଜର୍ମାନ୍ଙ୍କ ମଧ୍ୟରୁ ୯୯% ସାକ୍ଷର । [୧] ଶିକ୍ଷା ବ୍ୟବସ୍ଥା ଓ ଏହାର ସଞ୍ଚାଳନା ରାଜ୍ୟ ସରକାରଙ୍କ ଦାୟିତ୍ୱ । ୧୯୬୦ ପରେ ତତ୍କାଳୀନ ପଶ୍ଚିମ ଜର୍ମାନୀରେ ମାଧ୍ୟମିକ ଶିକ୍ଷାର ଐକୀକରଣ ଓ ଗୋଟିଏ ସ୍ତରକୁ ଆଣିବା ଲାଗି ସୁଧାର ହୋ‍ଇଥିଲା, ଫଳରେ ବିଦ୍ୟାଳୟ ଶିକ୍ଷା ଦୁଇ ବା ତିନି ସୋପାନରେ ବିଭକ୍ତ ହେଲା । ଧନ୍ଦାମୂଳକ ଶିକ୍ଷା ନେଉଥିବା ଛାତ୍ରଙ୍କ ଲାଗି ଦ୍ୱୈତ ଶିକ୍ଷା (Duale Ausbildung)ର ବ୍ୟବସ୍ଥା ରହିଛି । ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷାରେ ପଠନ ସହ ଏକକାଳୀନ କୌଣସି କମ୍ପାନୀରେ କାର୍ଯ୍ୟ କରି ଅନୁଭବ ମଧ୍ୟ ପାଇ ପାରିବେ । [୯୫] ଏହି ବ୍ୟବସ୍ଥାର ସଫଳତା ଯୋଗୁଁ ଅନ୍ୟ ଦେଶଗୁଡିକ ମଧ୍ୟ ଏହି ବ୍ୟବସ୍ଥାର ଅନୁସରଣ କରୁଛନ୍ତି । [୯୬]

୩ରୁ ୬ ବର୍ଷର ପିଲାମାନଙ୍କ ପାଇଁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ଇଚ୍ଛାଧୀନ । ତା’ପରେ ୯ ବର୍ଷ ବିଦ୍ୟାଳୟ ଶିକ୍ଷା ବାଧ୍ୟତାମୂଳକ । ପ୍ରାଥମିକ ଶିକ୍ଷା ୪ରୁ ୬ ବର୍ଷ ଲାଗି ଦିଆଯାଏ । [୯୫] ଏହାପରେ ମାଧ୍ୟମିକ ଶିକ୍ଷା କୃତିତ୍ୱ ଅନୁସାରେ ପ୍ରଦାନ କରାଯାଏ । ଶେଷ୍ଠ ଛାତ୍ରମାନଙ୍କ ଲାଗି ଜିମ୍ନାଶିୟମ୍, ମଧ୍ୟମ ଧରଣର ଛାତ୍ରଙ୍କ ଲାଗି ରିଏଲ୍‍ଶୁଲେ ଓ ଅନ୍ୟାନ୍ୟଙ୍କ ଲାଗି ହାଉପ୍ଟଶୁଲେ ରହିଛି ଯେଉଁଠି ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଏ । [୯୭]

ଗ୍ରିଫ୍ସୱାଲ୍ଡସ୍ଥିତ ମାକ୍ସ ପ୍ଲାଙ୍କ ପ୍ଲାଜ୍‍ମା ପଦାର୍ଥ ବିଜ୍ଞାନ ଅନୁଷ୍ଠାନର Wendelstein 7-X ଗବେଷଣାଗାର

ବିଶ୍ୱବିଦ୍ୟାଳୟରେ ଚୟନ ଲାଗି ଆବଶ୍ୟକୀୟ ଯୋଗ୍ୟତା ହେଉଛି Abitur, ଯାହାକି ବିଦ୍ୟାଳୟର ଶେଷ କିଛି ବର୍ଷର ମୂଲ୍ୟାଙ୍କନ ଓ ଅନ୍ତିମ ବାର୍ଷିକ ପରୀକ୍ଷାଫଳ ଉପରେ ନିର୍ଭର କରେ । ତେବେ ରାଜ୍ୟ, ବିଶ୍ୱବିଦ୍ୟାଳୟ ଓ ବିଷୟ ଅନୁସାରେ ଏଥିରେ ବ୍ୟତିକ୍ରମ ମଧ୍ୟ ରହିଛି । ଜର୍ମାନୀର ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱପ୍ରସିଦ୍ଧ: Academic Ranking of World Universities ତାଲିକା ଅନୁସାରେ ବିଶ୍ୱର ୧୦୦ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରୁ ୬ଟି ଓ ୨୦୦ରୁ ୧୮ଟି ଜର୍ମାନୀରେ । [୯୮]

ଅଧିକାଂଶ ଜର୍ମାନ୍ ବିଶ୍ୱବିଦ୍ୟାଳୟଗୁଡିକ ସରକାରୀ; ଏଗୁଡିକ ରାଜ୍ୟ ସରକାରଙ୍କ ଅନୁଦାନରେ ପରିଚାଳିତ । ପୂର୍ବରୁ ଉଚ୍ଚଶିକ୍ଷା ଲାଗି କୌଣସି ଫିସ୍ ନଥିଲା, ୨୦୦୫ ପରଠାରୁ ପ୍ରଥମ କରି ପ୍ରୟୋଗମୂଳକ ରୂପେ ସେମିଷ୍ଟାର ପିଛା ୬୦ ୟୁରୋ ଫିସ୍ ଲାଗୁ କରାଗଲା । [୯୯][୧୦୦] ତେବେ ଜନବିରୋଧ ଯୋଗୁଁ ଏହି ବ୍ୟବସ୍ଥା ପରେ ପ୍ରତ୍ୟାହୃତ ହୋ‍ଇଥିଲା । [୧୦୧]

ଉଚ୍ଚଶିକ୍ଷା ସବୁ ନାଗରିକଙ୍କ ଲାଗି ଉପଲବ୍ଧ । ଇଚ୍ଛାଧୀନ ହେଲେହେଁ ଉଚ୍ଚଶିକ୍ଷାର ପ୍ରସାର କ୍ରମଶଃ ବଢିଛି । [୧୦୨] ଦ୍ୱୈତଶିକ୍ଷା ବ୍ୟବସ୍ଥାରେ ଏକକାଳୀନ ପୁସ୍ତକଗତ ଶିକ୍ଷା ସହ ସିଧାସଳଖ କାର୍ଯ୍ୟକ୍ଷେତ୍ରର ଅନୁଭବର ଅଭିନବ ସମ୍ମିଶ୍ରଣ ଅନ୍ୟାନ୍ୟ ଦେଶର ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଛି । ଯଦିଓ ଏଥିରେ କୌଣସି ଡିଗ୍ରୀ ବା ପ୍ରମାଣପତ୍ର ମିଳେ ନାହିଁ ତଥାପି ଏହା ବେଶ ଆଦୃତ । [୧୦୩]

ଜର୍ମାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଗୁଡିକରେ ଗଣା । ୧୩୮୬ ମସିହାରୁ କାର୍ଯ୍ୟରତ ହାଇଡେଲ୍‍ବର୍ଗ୍ ବବିଶ୍ୱବିଦ୍ୟାଳୟ ଜର୍ମାନୀର ସର୍ବପୁରାତନ । ଏହି କ୍ରମରେ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ହେଲେ: ଲିପ୍‍ଜିଗ୍ (୧୪୦୯), ରଷ୍ଟକ୍ (୧୪୧୯), ଗ୍ରାଇଫ୍ସ୍‍ୱାଲ୍ଡ (୧୪୫୬), ଫ୍ରାଇବର୍ଗ୍ (୧୪୫୭), LMU ମ୍ୟୁନିଖ୍ (୧୪୭୨) ଓ ଟୁବିଞ୍ଜେନ୍ (୧୪୭୭) ବିଶ୍ୱବିଦ୍ୟାଳୟ ।

ଗବେଷଣା ଲାଗି ବିଶ୍ୱବିଦ୍ୟାଳୟ ଛଡା ସ୍ୱତନ୍ତ୍ର ଗବେଷଣା ଅନୁଷ୍ଠାନ ଗୁଡିଏ ମଧ୍ୟ ରହିଛି ଯଥା: ମାକ୍ସ୍ ପ୍ଲାଙ୍କ୍, ଫ୍ରାଉନ୍‍ହଫର୍, ଲିବ୍ନିଜ୍ ଓ ହେମହୋଲ୍ଡଜ୍ ଅନୁଷ୍ଠାନ । ଏଗୁଡିକ ନିଜ ନିଜ ନିକଟବର୍ତ୍ତୀ ବିଶ୍ୱବିଦ୍ୟାଳୟ ଜଡ଼ିତ ଓ ଉତ୍ତମ ସମ୍ପର୍କ ରକ୍ଷା କରନ୍ତି ।

ସ୍ୱାସ୍ଥ୍ୟସମ୍ପାଦନା

ଲ୍ୟୁବେକ‌ସ୍ଥିତ Hospice of the Holy Spirit

ଜର୍ମାନୀର ସାର୍ବଜନୀନ ସ୍ୱାସ୍ଥ୍ୟସେବା ବେଶ୍ ପୁରାତନ । ୧୮୩୩ର ବିସ୍‍ମାର୍କଙ୍କ ସାମାଜିକ ଆଇନରେ ସ୍ୱାସ୍ଥ୍ୟସେବାର ଉଲ୍ଲେଖ ରହିଛି । [୧୦୪] ସମୟାନୁସାରେ ଏଥିରେ ଅନେକ ସୁଧାର ଓ ଉନ୍ନତି ମଧ୍ୟ ହୋ‍ଇଛି । ବର୍ତ୍ତମାନ ପ୍ରତ୍ୟେକ ନାଗରିକ ସରକାରୀ ସ୍ୱାସ୍ଥ୍ୟ ବୀମାର ଅନ୍ତର୍ଭୁକ୍ତ । ଉଚ୍ଚପଦସ୍ଥ ଅଧିକାରୀ, ସ୍ୱନିୟୋଜିତ ବ୍ୟକ୍ତି (self employed), ଧନୀ ବ୍ୟକ୍ତି ଆଦି ସ୍ୱୈଚ୍ଛିକ ଭାବେ ଏହି ବୀମା ବଦଳରେ ନିଜସ୍ୱ ପ୍ରାଇଭେଟ୍ ବୀମା ମଧ୍ୟ କରାଇପାରିବେ । ଏପରି ବ୍ୟକ୍ତିଙ୍କୁ ପୂର୍ବରୁ ସ୍ୱାସ୍ଥ୍ୟ ବୀମା ନ କରାଇବାର ମଧ୍ୟ ଅଧିକାର ଥିଲା ଯାହା ୨୦୦୯ରେ ଉଚ୍ଛେଦ କରାଗଲା । [୧୦୫] ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ସ୍ୱାସ୍ଥ୍ୟସେବା ୭୭% ସରକାରୀ ଓ ୨୩% ନିଜସ୍ୱ ଅନୁଦାନପ୍ରାପ୍ତ । [୧୦୬] GDPର ୧୧% ସ୍ୱାସ୍ଥ୍ୟସେବା ପିଛା ଖର୍ଚ୍ଚ ହୁଏ । ହାରାହାରି ଆୟୁ ଅନୁସାରେ ଜର୍ମାନୀ ପୃଥିବୀରେ ୨୦ତମ । ଶିଶୁ ମୃତ୍ୟୁହାର ମଧ୍ୟ ଖୁବ୍ କମ୍ (୪ ପ୍ରତି ୧୦୦୦ ଜନ୍ମ ) । [୧୦୬]

୨୦୧୦ ସୁଦ୍ଧା ମୃତ୍ୟୁର ପ୍ରଧାନ କାରଣ ଥିଲା ହୃଦ୍‍‍ରୋଗ (୪୧%) ଓ କର୍କଟ ରୋଗ (୨୬%) । [୧୦୭] ୨୦୦୮ରେ ଏଡ୍ସ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୮୨,୦୦୦ ଓ ୧୯୮୨ରୁ ଏଯାଏଁ ମୋଟ ୨୬,୦୦୦ ବ୍ୟକ୍ତି ଏଥିରେ ପ୍ରାଣ ହରାଇଛନ୍ତି । [୧୦୮] ୨୦୦୫ ସର୍ବେକ୍ଷଣ ଅନୁସାରେ ୨୭% ନାଗରିକ ଧୂମପାନ କରନ୍ତି । [୧୦୮]

ସଂସ୍କୃତି ଓ ସଭ୍ୟତାସମ୍ପାଦନା

ଲୁଡ୍‍ୱିଗ୍ ଭାନ୍ ବିଥୋଭାନ୍ (୧୭୭୦-୧୮୨୭), ସଜ୍ଞୀତଜ୍ଞ

ଜର୍ମାନୀ, ଇଉରୋପୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି ଓ ହୋ‍ଇଛି ମଧ୍ୟ । ପାଶ୍ଚାତ୍ୟ ଚିନ୍ତାଧାରା ଓ ସଭ୍ୟତାର ବିକାଶରେ ଜର୍ମାନ୍ ଲେଖକ ଓ ଦାର୍ଶନିକମାନଙ୍କ ଯଥେଷ୍ଟ ଅବଦାନ ରହିଛି ଏଣୁ ଏହାକୁ 'କବି ଓ ବୁଦ୍ଧିଜୀବିଙ୍କ ଦେଶ' ବୋଲି ମଧ୍ୟ କୁହାଯାଏ । [୧୦୯]

ସାଂସ୍କୃତିକ ଅନୁଷ୍ଠାନର ପୃଷ୍ଠପୋଷକତା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଦେଶରେ ୨୪୦ଟି ଅନୁଦାନ ପ୍ରାପ୍ତ ଥିଏଟର୍, ଶହ ଶହ ସିମ୍ଫୋନିକ୍ ଅର୍କେଷ୍ଟ୍ରା, ହଜାରେରୁ ଊର୍ଦ୍ଧ୍ୱ ସଂଗ୍ରହାଳୟ ଓ ୨୫,୦୦୦ରୁ ଅଧିକ ପାଠାଗାର ରହିଛି । ଏଗୁଡିକର ଚାହିଦା ମଧ୍ୟ କମ ନୁହେଁ । ବାର୍ଷିକ ୯କୋଟି ସଂଖ୍ୟକ ସଂଗ୍ରହାଳୟ ପରିଦର୍ଶନ କିଛି କମ୍ ନୁହଁ । ସେଭଳି ଥିଏଟର ଓ ଅପେରାରେ ବାର୍ଷିକ ୨ କୋଟି ଓ ଅର୍କେଷ୍ଟ୍ରାରେ ୩୬ ଲକ୍ଷ ଲୋକ ଆସନ୍ତି । [୧୧୦] ୟୁନେସ୍କୋର World Heritage Listରେ ଜର୍ମାନୀର ୩୮ଟି ସ୍ଥାନ ରହିଛି । [୧୧୧]

ଲୈଙ୍ଗିକ ସମାନତା ଓ ମହିଳା ଅଧିକାର କ୍ଷେତ୍ରରେ ଜର୍ମାନୀ ବେଶ ଆଗୁଆ । [୧୧୨] ବିକଳାଙ୍ଗଙ୍କୁ ବିଶେଷ ଅଧିକାର ଛଡା ସମଲୈଙ୍ଗିକଙ୍କୁ ଆଇନଗତ ଓ ସାମାଜିକ ଉଭୟ ସ୍ତରରେ ସ୍ୱୀକୃତି ମିଳିଛି । ସମଲୈଙ୍ଗିକ ସେମାନଙ୍କ ସାଥୀଙ୍କ ପିଲାଙ୍କୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରି ପାରିବେ । [୧୧୩] ୧୯୯୦ ପରଠୁ ଉଭୟ ସରକାର ଓ ସାଧାରଣ ଜର୍ମାନ୍‌ଙ୍କ ଅପ୍ରବାସୀଙ୍କ ପ୍ରତି ଦୃଷ୍ଟିକୋଣ ବଦଳିଛି । [୧୧୪] ଏକ ସର୍ବେକ୍ଷଣ ଅନୁସାରେ ଜର୍ମାନୀ ପୃଥିବୀର ୨ୟ ସର୍ବାଦୃତ ଦେଶ । [୧୧୫]

କଳାସମ୍ପାଦନା

Chalk Cliffs on Rügen ରୋମାଣ୍ଟିସିଜିମ୍ ଶୈଳୀର ପ୍ରମୁଖ ଚିତ୍ରକର କାସ୍ପାର ଡାଭିଡ ଫ୍ରିଡ୍ରିଖ୍ଙ୍କ ଚିତ୍ର

ଅନେକ ଜର୍ମାନ ଚିତ୍ରକର ଆନ୍ତର୍ଜାତିକ ସ୍ତରରେ ଖ୍ୟାତିଲାଭ କରିଛନ୍ତି । ଆଲବ୍ରେଖ୍ଟ ଡୁରର, ହାନ୍ସ ହୋଲବାଇନ କନିଷ୍ଠ, ମାଟିଆସ୍ ଗ୍ରୁନେୱାଲ୍ଡ, ଲୁକାସ କ୍ରାନାଖ୍ ଜ୍ୟେଷ୍ଠ ଆଦି ରେନେସାଁ ସମୟର ପ୍ରମୁଖ ଚିତ୍ରକର ଥିଲେ । ପିଟର ପଲ୍ ରୁବେନ୍ସ, ଜୋହାନ ବାପଟିଷ୍ଟ ଜିମରମାନ ଆଦି ବାରୋକ ଶୈଳୀର, କାସ୍ପାର ଡାଭିଡ ଫ୍ରିଡ୍ରିଖ୍ ଓ କାର୍ଲ ସ୍ପିଟ୍‍ଜ୍‌ୱେଗ୍ ଆଦି ରୋମାଣ୍ଟିକ ଶୈଳୀର, ମାକ୍ସ ଲିବରମାନ୍ ଇମ୍ପ୍ରେସନିଜମ୍ ଶୈଳୀର ଓ ମାକ୍ସ ଅର୍ଣ୍ଣେଷ୍ଟ ସର୍ରିଆଲିଜିମ୍ ଶୈଳୀର ପ୍ରମୁଖ ଚିତ୍ରକରମାନେ ।

ଜର୍ମାନୀରେ ବିଂଶ ଶତାବ୍ଦୀରେ ଅନେକ କଳାକାର ଗୋଷ୍ଠୀ ମାନ ସୃଷ୍ଟି ହୋ‍ଇଥିଲା । ୨ୟ ବିଶ୍ୱଯୁଦ୍ଧ ପରେ କଳା କ୍ଷେତ୍ରରେ ନୂତନ ଚିନ୍ତାଧାରା ଓ ଶୈଳୀର ବିକାଶ ହେଲା । ଏଥିରୁ ଜୋସେଫ ବଏସ୍, ଗେରାର୍ଡ ରିଖ୍ଟର, ଆରିସ କାଲାଇଜିସ୍ ଆଦି ପ୍ରମୁଖ ଚିତ୍ରକରଙ୍କ ଅବଦାନ ରହିଛି । Documenta, Transmediale ଓ Art Cologne ଆଦି ଜର୍ମାନୀର ପ୍ରମୁଖ କଳା ପ୍ରଦର୍ଶନୀ ।

ସଙ୍ଗୀତସମ୍ପାଦନା

ଜୋହାନ୍ ବାଖ୍
Toccata und Fuge]]
ଲୁଡ୍‍ୱିଗ୍ ଭାନ୍ ବିଥୋଭାନ୍
Symphonie 5 c-moll
ରିଚାର୍ଡ ୱାଗନର
Die Walküre

ଜର୍ମାନ ଶାସ୍ତ୍ରୀୟ ସଙ୍ଗୀତ, କଳା କ୍ଷେତ୍ରରେ ବେଶ ଜଣାଶୁଣା । ଅନେକ ଜର୍ମାନ ସଙ୍ଗୀତଜ୍ଞଙ୍କ ଖ୍ୟାତି ବିଶ୍ୱବ୍ୟାପ୍ତ ଯଥା: ଲୁଡ୍‍ୱିଗ୍ ଭାନ୍ ବିଥୋଭାନ୍, ଜୋହାନ୍ ସେବାଷ୍ଟିଆନ୍ ବାଖ୍, ଉଲ୍‍ଫଗାଙ୍ଗ ଆମାଡିଉସ ମୋଜାର୍ଟ, ରିଚାର୍ଡ୍ ୱାଗନର୍, ରିଚାର୍ଡ ଷ୍ଟ୍ରାଉସ୍, ଫ୍ରାଞ୍ଜ୍ ଶୁବର୍ଟ୍, କାର୍ଲ ମାରିଆ ଭନ୍ ୱେବର ଆଦି ।

ସଙ୍ଗୀତ ବିକ୍ରୟ କ୍ଷେତ୍ରରେ ଜର୍ମାନୀ ଇଉରୋପରେ ଦ୍ୱିତୀୟ ଓ ପୃଥିବୀରେ ଚତୁର୍ଥ ବୃହତ୍ତମ ବଜାର । [୧୧୬] ଆଧୁନିକ ସଙ୍ଗୀତ କ୍ଷେତ୍ରରେ ଅନେକ ଜର୍ମାନ୍ ବ୍ୟାଣ୍ଡ ପ୍ରସିଦ୍ଧି ଲାଭ କରିଛନ୍ତି : Neue Deutsche Welle (Nena, Trio), Pop (Alphaville, Modern Talking), Ostrock (City, Keimzeit), Metal/Rock(Rammstein, Scorpions), Punk (Die Ärzte, Die Toten Hosen), Pop rock (Beatsteaks, Tokio Hotel), Indie (Tocotronic, Blumfeld) ଓ Hip Hop (Die Fantastischen Vier, Deichkind) ।

ସ୍ଥାପତ୍ୟସମ୍ପାଦନା

ବାଲ୍ଟିକ ଉପକୂଳରେ ଦେଖାଯାଉଥିବା ଗୃହଶୈଳୀ, ଏହି ଗୃହଟି ରୁଗିଆ ଦ୍ୱୀପରେ ଅବସ୍ଥିତ

ସ୍ଥାପତ୍ୟରେ କାରୋଲିଗ୍ନିୟ ଓ ଅଟୋନୀୟ ଶୈଳୀ ଜର୍ମାନୀର ଅବଦାନ । ମଧ୍ୟଯୁଗରେ Brick Gothic ଓ ଆଧୁନିକରେ Brick Expressionism ମଧ୍ୟ ଜର୍ମାନ୍ । ରେନେସାଁ ଓ ବାରୋକ୍ ଶୈଳୀର ସ୍ଥାନୀୟ ସମ୍ମିଶ୍ରିତ ରୂପ ସ୍ଥାନେ ସ୍ଥାନେ ଦେଖିବାକୁ ମିଳେ । ପୁରୁଣାକାଳିଆ (ଊନବିଂଶ ଶତାବ୍ଦୀର) ବିଶାଳ କାଠ ଖମ୍ବ ଢାଞ୍ଚାରେ ନିର୍ମିତ ଘର ଏପରିକି ସମ୍ପୂର୍ଣ୍ଣ ଗ୍ରାମଗୁଡ଼ିକ ମଧ୍ୟ ଦର୍ଶନୀୟ । ଏଥିରୁ ଅନେକ ଏଯାବତ୍ ବ୍ୟବହୃତ ହେଉଛି ।

ଆଧୁନିକ ସ୍ଥାପତ୍ୟରେ ଜର୍ମାନୀର ଅବଦାନ ମଧ୍ୟରୁ ୱାଲ୍‍ଟର ଗ୍ରୋପିୟସଙ୍କ ବାଉହାଉସ୍ ଶୈଳୀ ପ୍ରମୁଖ । ବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧର ବିଶ୍ୱପ୍ରସିଦ୍ଧ ବାସ୍ତୁକାର (architect) ଲୁଡ୍‌ୱିଗ୍ ମିଶ୍ ଭାନ୍ ଡର୍ ରୋହେ ପ୍ରସିଦ୍ଧ ବ୍ୟକ୍ତିତ୍ୱ । ଜର୍ମାନୀର ଅନେକ ନବନିର୍ମିତ ଭବନ ଓ ଅଫିସଗୃହ ଆଧୁନିକ ସ୍ଥାପତ୍ୟର ଅନନ୍ୟ ନମୁନା ।

ସାହିତ୍ୟ ଓ ଦର୍ଶନସମ୍ପାଦନା

ଗ୍ରିମ୍ ଭ୍ରାତା ଦ୍ୱୟ

ଜର୍ମାନ ସାହିତ୍ୟର ଇତିହାସ ଅତି ପୁରାତନ । ୱାଲ୍‍ଟର ଭନ୍ ଡେର ଭୋଗେଲୱାଇଡ୍ ଓ ଉଲ୍‍ଫରାମ୍ ଭନ୍ ଏଶେନବାଖ୍ଙ୍କ ଭଳି ମଧ୍ୟଯୁଗୀୟ ଲେଖକ ଆଧୁନିକ ଜର୍ମାନ୍ ସାହିତ୍ୟର ମୂଳଦୁଆ ପକାଇଥିଲେ । ପ୍ରସିଦ୍ଧ ଜର୍ମାନ୍ ଲେଖକଙ୍କ ମଧ୍ୟରୁ ଜୋହାନ୍ ଉଲ୍‍ଫଗାଙ୍ଗ ଭନ୍ ଗଏଥେ, ଫ୍ରିଡ୍ରିଖ୍ ଶିଲର୍, ଗଟ୍‌ହୋଲ୍ଡ ଏଫ୍ରାଇମ୍ ଲେସିଙ୍ଗ ଓ ଥିଓଡୋର ଫଣ୍ଟାନେ ଆଦି ଉଲ୍ଲେଖନୀୟ । ଗ୍ରିମ ଭ୍ରାତାଙ୍କଦ୍ୱାରା ସଙ୍କଳିତ ଲୋକଗଳ୍ପ ବିଶ୍ୱଦରବାରରେ ଜର୍ମାନ୍ ଲୋକକଥାକୁ ନୂଆ ପରିଚିତି ଦେଇଥିଲା । ବିଂଶ ଶତାବ୍ଦୀର ପ୍ରଭାବଶାଳୀ ଲେଖକ ଯଥା : ଗର୍ହାର୍ଟ ହାଉପ୍ଟମାନ୍, ହର୍ମାନ୍ ହେସ୍ ଓ ଗୁଣ୍ଟର୍ ଗ୍ରାସ୍ ହେଲେ ଜର୍ମାନୀର । [୧୧୭] ପ୍ରତିବର୍ଷ ୭୦ କୋଟିରୁ ଊର୍ଦ୍ଧ୍ୱ ସଂଖ୍ୟକ ପୁସ୍ତକ ଜର୍ମାନ୍ ଭାଷାରେ ମୁଦ୍ରିତ ହୁଏ : ପ୍ରାୟ ୮୦,୦୦୦ଟି ଶୀର୍ଷକର ପୁସ୍ତକ ଯେଉଁଥିରୁ ୬୦,୦୦୦ଟି ନୂଆ । ଇଂରାଜୀ ଓ ଚୀନା ଭାଷୀ ମୁଦ୍ରଣ ପରେ ଜର୍ମାନୀ ପୁସ୍ତକ ବିକ୍ରୟରେ ତୃତୀୟ । [୧୧୮] ୫୦୦ ବର୍ଷରୁ ଅଧିକ ପୁରାତନ ଫ୍ରାଙ୍କ୍‌ଫର୍ଟ୍ ପୁସ୍ତକ ମେଳା ପୃଥିବୀର ସର୍ବବୃହତ୍ ଓ ପ୍ରମୁଖ । [୧୧୯]

ସେହିପରି ଦର୍ଶନଶାସ୍ତ୍ର ପ୍ରତି ଜର୍ମାନୀର ଅବଦାନ ଅସଂଖ୍ୟ । ଗଟଫ୍ରିଡ ଲିବ୍ନିଜ୍, ଇମାନୁଏଲ୍ କାଣ୍ଟ୍, ଆର୍ଥର୍ ଶୋପେନାଉର୍, ଗଟଲିବ୍ ଫ୍ରେଗେ ଆଦି ନିଜ ନିଜ କ୍ଷେତ୍ରରେ ଅନୁପମ ବିଦ୍ୱାନ । କମ୍ୟୁନିଷ୍ଟ ଆନ୍ଦୋଳନ ଯାହା ଦୁନିଆକୁ ଦୋହଲାଇ ରଖିଦେଇଥିଲା ତାହା ଦୁଇ ଜର୍ମାନ୍ : କାର୍ଲ୍ ମାର୍କ୍ସ୍ ଓ ଫ୍ରିଡ୍‍ରିଖ୍ ଆଞ୍ଜେଲ୍ଙ୍କଦ୍ୱାରା ପ୍ରସ୍ତୁତ | ଆଉ ଜଣେ ଜର୍ମାନ୍ ଫ୍ରିଡ୍‍ରିଖ୍ ନିଏତ୍‍ଜ୍‌ସେଙ୍କୁ ବା ନ ଜାଣେ କିଏ ! ଏକବିଂଶ ଶତାବ୍ଦୀର ବିଶ୍ଳେଷଣାତ୍ମକ ଦର୍ଶନର ପ୍ରଗତିରେ ଜର୍ମାନୀର ଭୂମିକା ରହିଛି । [୧୨୦] ଏ କ୍ଷେତ୍ରରେ ଲେଖକ ପିଟର ୱାଟସନଙ୍କ ଉକ୍ତିଟିଏ ଉଲ୍ଲେଖନୀୟ : "କାଣ୍ଟ, ହମ୍‍ବୋଲ୍ଡ, ମାର୍କ୍ସ୍, କ୍ଲାଉସିୟସ୍, ମେଣ୍ଡେଲ୍, ନିଏତ୍‍ଜ୍‌ସେ, ପ୍ଲାଙ୍କ୍, ଫ୍ରଏଡ୍, ଆଇନଷ୍ଟାଇନ, ୱେବର୍, ହିଟଲର୍ : ଭଲରେ ହେଉ ବା ମନ୍ଦରେ, ଏମାନେ ନିଜ ନିଜ କ୍ଷେତ୍ରକୁ ଯେପରି ପ୍ରଭାବିତ କରିଛନ୍ତି ଓ ଆଧୁନିକ ଚିନ୍ତାଧାରା ଉପରେ ଯେଉଁ ଛାପ ଛାଡିଛନ୍ତି, କ’ଣ ଆଉ କୌଣସି ଦେଶରେ ଏପରି ଏଗାର ବା ତତୋଧିକ ବ୍ୟକ୍ତି ହୋ‍ଇଛନ୍ତି ଯିଏ ଏମାନଙ୍କ ସହ ସମକକ୍ଷତା କରିପାରିବେ?" [୧୨୧]

ମିଡିଆ

ସିନେମାର ଇତିହାସ ଯେତେ ପୁରୁଣା, ଜର୍ମାନ୍ ସିନେମା ମଧ୍ୟ ସେତେ ପୁରୁଣା । ସିନେମାର ବିକାଶରେ ଜର୍ମାନମାନଙ୍କ ଅବଦାନ ରହିଛି । ମାକ୍ସ ସ୍କ୍ଲାଡାନୋସ୍କି ପ୍ରଥମ କରି ଦର୍ଶକଙ୍କୁ ଚଳନ୍ତି ଚଳଚ୍ଚିତ୍ର ପ୍ରଦର୍ଶନ (୧୮୯୫ରେ) କରିଥିଲେ । ନିର୍ଦ୍ଦେଶକ ଫ୍ରିଜ୍ ଲାଙ୍ଗ୍‌ଙ୍କ 'ମେଟ୍ରୋପଲିସ୍' (୧୯୨୭) ପ୍ରଥମ ବିଜ୍ଞାନ ଆଧାରିତ ଚଳଚ୍ଚିତ୍ର । ୧୯୩୦ର 'The Blue Angel' ସହ ସବାକ୍ ଜର୍ମାନ୍ ଚଳଚ୍ଚିତ୍ର ଆରମ୍ଭ ହେଲା । [୧୨୨]

୧୯୭୦ ଓ ୮୦ ଦଶକରେ ୱର୍ଣ୍ଣର୍ ହର୍ଜୋଗ, ୱିମ୍ ୱେଣ୍ଡର୍ ଓ ରାଇନର୍ ୱର୍ଣ୍ଣର୍ ଫାସ୍‍ବିଣ୍ଡର ପଶ୍ଚିମ ଜର୍ମାନ୍ ଚଳଚ୍ଚିତ୍ରକୁ ଆନ୍ତର୍ଜାତିକ ଖ୍ୟାତି ଦେଇଥିଲେ । [୧୨୩] ଇଉରୋପୀୟ ଚଳଚ୍ଚିତ୍ର ପୁରସ୍କାର ବର୍ଷେ ଛାଡି ବର୍ଷେ ଅନ୍ତରାଳରେ ବର୍ଲିନ୍‌ରେ ଅନୁଷ୍ଠିତ ହୁଏ । ଏଠି ବର୍ଲିନ୍ ଫିଲ୍ମ ଉତ୍ସବ ମଧ୍ୟ ୧୯୫୧ରୁ ଅନୁଷ୍ଠିତ ହୋ‍ଇ ଆସୁଛି । [୧୨୪]

ଆଧୁନିକ ସମୟରେ ଅନେକ ଜର୍ମାନ୍ ଚଳଚ୍ଚିତ୍ର ଆନ୍ତର୍ଜାତିକ ସଫଳତା ମଧ୍ୟ ଲାଭ କରିଛି ଯଥା : Nowhere in Africa (୨୦୦୧), Das Experiment (୨୦୦୧), Good Bye, Lenin! (୨୦୦୩), Gegen die Wand (Head-On) (୨୦୦୪), Der Untergang (Downfall) (୨୦୦୪), Perfume (୨୦୦୬), The Baader Meinhof Complex (୨୦୦୮), The Wave (୨୦୦୮), The White Ribbon (୨୦୦୯), Pandorum (୨୦୦୯), Soul Kitchen (୨୦୦୯), Animals United (୨୦୧୦), Combat Girls (୨୦୧୧) ଓ Cloud Atlas (୨୦୧୨) । ଓସ୍କାର ପୁରସ୍କାରରେ ସର୍ବଶ୍ରେଷ୍ଠ ବିଦେଶ ଭାଷୀ ଗୋଷ୍ଠୀରେ ୩ ଥର ଜର୍ମାନ୍ ଚଳଚ୍ଚିତ୍ରଗୁଡିକ ପୁରସ୍କୃତ ହୋ‍ଇଛନ୍ତି : Die Blechtrommel (ଟିଣ ଡ୍ରମ୍) ୧୯୭୯ରେ, Nowhere in Africa ୨୦୦୨ରେ ଓ Das Leben der Anderen ୨୦୦୭ରେ ।[୧୨୫]

ଛୋଟ ପରଦାରେ ମଧ୍ୟ ଜର୍ମାନୀ, ଇଉରୋପରେ ୧ ନମ୍ବର । ୯୦% ଘରେ କେବୁଲ ବା ସାଟେଲାଇଟ ଟିଭି ଅଛି । [୧୨୬] ମଜା କଥା ହେଲା ଦଶୋଟି ସର୍ବାଧିକ ଦେଖାଯାଇଥିବା ଟିଭି ପ୍ରସାରଣରୁ ନ‍ଅଟି ଜର୍ମାନୀ ଦଳର ଫୁଟବଲ ଖେଳର ପ୍ରସାରଣ ।

ଭିଡିଓ ଗେମିଂରେ ମଧ୍ୟ ଜର୍ମାନୀରେ ବୃହତ୍ ବଜାର ଓ ଚାହିଦା ରହିଛି । [୧୨୭]

ଖାଦ୍ୟପେୟସମ୍ପାଦନା

ଅକ୍ଟୋବରଫେଷ୍ଟ ମେଳାରେ ଜଣେ ୱେଟ୍ରେସ୍ । ସେ ଏକ ପାରମ୍ପରିକ ଜର୍ମାନ୍ ପୋଷାକ ଡିରଣ୍ଡଲ୍ ପରିଧାନ କରିଛନ୍ତି ଓ ହାତରେ ତିନିଟି 'ମାସ୍' ବା ଲିଟିରିକିଆ ବିୟର ଗ୍ଲାସ୍ ଧରିଛନ୍ତି ।

ଜର୍ମାନୀର ଭିନ୍ନ ଭିନ୍ନ ଅଞ୍ଚଳ ଭେଦରେ ଖାଦ୍ୟପେୟରେ ବିଭେଦ ରହିଛି । ବାଭାରିଆ ବା ସ୍ୱାବିଆ ପରି ଦକ୍ଷିଣାଞ୍ଚଳର ଖାଦ୍ୟର ସ୍ୱିଜରଲାଣ୍ଡ ଓ ଅଷ୍ଟ୍ରିଆର ଖାଦ୍ୟଶୈଳୀ ସହ ସମ୍ପର୍କ ଅଛି । ମାଂସ, ଭୋଜନର ପ୍ରମୁଖ ଭାଗ । [୧୨୮] ମଦ୍ୟପାନ ମଧ୍ୟ ସାମାଜିକ ଭାବେ ଅଙ୍ଗୀକୃତ । ଏଥିରୁ ବିୟର ହେଉଛି ସର୍ବପ୍ରିୟ ଓ ଜାତୀୟ ପାନ୍ୟ । କ୍ରମଶଃ ହ୍ରାସ ପାଉଥିଲେ ହେଁ କଣପିଛା ୧୨୧.୪ ଲିଟର (୨୦୦୯ ରେ) ବିୟର ପାନ, ଅନ୍ୟ ରାଷ୍ଟ୍ରଠାରୁ ଯଥେଷ୍ଟ ଅଧିକ । [୧୨୯] The Michelin Guideଦ୍ୱାରା ଜର୍ମାନୀର ୯ଟି ରେସ୍ତୋରାଁକୁ ୩ଟି ତାରକା (ସର୍ବାଧିକ) ଓ ୧୫ଟିକୁ ୨ଟି ତାରକା ମିଳିଛି । [୧୩୦]

ମାଂସ ମଧ୍ୟରୁ ଘୁଷୁରୀ, ଗୋ ଏବଂ ପକ୍ଷୀ ମାଂସ ବିଶେଷତଃ ଖିଆଯାଏ । ଦେଶରେ ଜଣପିଛା ବାର୍ଷିକ ହାରାହାରି ୬୧ କିଲୋ ମାଂସ ଖିଆଯାଇଥାଏ । ପକ୍ଷୀ ମଧ୍ୟରୁ କୁକୁଡା ପ୍ରମୁଖ, ତେବେ ବତକ, ହଂସ ଓ ଟର୍କୀ ମଧ୍ୟ ପ୍ରଚଳିତ । ବନ୍ୟ ଶିକାର ମଧ୍ୟରୁ ବର୍‍ହା, ଠେକୁଆ ଓ ହରିଣ ମାଂସ ମଧ୍ୟ ବର୍ଷ ସାରା ଉପଲବ୍ଧ । ଟ୍ରାଉଟ୍ ଛଡା ପାଇକ୍, କାର୍ପ ଓ ପର୍ଚ୍ଚ ମାଛର ଚାହିଦା ଅଧିକ । ପରିବା ମୁଖ୍ୟତଃ ଷ୍ଟୁ ବା ସୁପ୍ ତିଆରିରେ ବ୍ୟବହୃତ ହୁଏ : ଗାଜର, ଓଲକୋବି, ପାଳଙ୍ଗ, ମଟର, ଶିମ୍ବ, ଫୁଲକୋବି ଓ ନାନା ଜାତିର ବନ୍ଧାକୋବି ପ୍ରାୟତଃ ମିଳେ । ମିଠାରେ କେକ୍ ଓ ଟାର୍ଟ ଲୋକପ୍ରିୟ । ଏଗୁଡିକ ମୁଖ୍ୟତଃ ତାଜାଫଳ ଯଥା : ସେଓ, ଆଳୁବୁଖାରା, ଷ୍ଟ୍ରବେରୀ ଓ ଚେରୀରୁ ପ୍ରସ୍ତୁତ ହୁଏ । ଛେନା ତିଆରି କେକ୍ ମଧ୍ୟ ପ୍ରସ୍ତୁତ ହୁଏ ଯାହା କ୍ୱାର୍କ୍ (ଏକ ପ୍ରକାର ଛେନା)ରୁ ନିର୍ମିତ ।

କ୍ରୀଡ଼ାସମ୍ପାଦନା

୨୦୧୪ରେ ଚତୁର୍ଥ ଥର ଫିଫା ବିଶ୍ୱକପ୍ ବିଜୟ ପରେ ଉତ୍‍ଫୁଲ୍ଲିତ ଜର୍ମାନ୍ ଫୁଟବଲ ଦଳ । ଫୁଟବଲ ଜର୍ମାନୀରେ ସର୍ବପ୍ରିୟ ଖେଳ ।

୨.୭ କୋଟି ଜର୍ମାନ୍ କୈଣସି ନା କୈଣସି ସ୍ପୋର୍ଟ୍ସ କ୍ଲବର ସଦସ୍ୟ ଆଉ ତା ଛଡା ସେମିତି ବି ଜର୍ମାନୀରେ କ୍ରୀଡାପ୍ରେମୀଙ୍କ ସଂଖ୍ୟା କାହିଁରେ କେତେ । [୧୩୧] ଫୁଟବଲ ଦେଶର ସର୍ବପ୍ରିୟ ଖେଳ । ଜର୍ମାନ୍ ଫୁଟବଲ ଆସୋସିଏସନ୍ (Deutscher Fußball-Bund)ରେ ୬୩ ଲକ୍ଷ ସଦସ୍ୟ ଅଛନ୍ତି ଯାହାକି ଯେକୌଣସି କ୍ରୀଡା ସଂସ୍ଥାରୁ ଅଧିକ । କ୍ଲବ୍ ଫୁଟବଲ ଲିଗ୍ ବୁନ୍ଦେସ୍‍ଲିଗା ହେଉଛି ସର୍ବପ୍ରିୟ ଓ ସର୍ବବୃହତ୍ କ୍ରୀଡା ଲିଗ । ମହିଳାଙ୍କ ଫୁଟବଲ ଲାଗି ସେହିପରି ଫ୍ରାଉଏନ୍ ବୁନ୍ଦେସ୍‍ଲିଗା ରହିଛି ।

ଜର୍ମାନୀର ପୁରୁଷ ଫୁଟବଲ ଦଳ ୧୯୫୪, ୧୯୭୪, ୧୯୯୦ ଓ ୨୦୧୪ରେ ଫିଫା ବିଶ୍ୱକପ୍, ୧୯୭୨, ୧୯୮୦ ଓ ୧୯୯୬ରେ UEFA ଇଉରୋପୀୟ ଚାମ୍ପିୟନଶିପ୍ ବିଜେତା । ଜର୍ମାନୀ ୧୯୭୪ ଓ ୨୦୦୬ରେ ବିଶ୍ୱକପ୍ ଓ ୧୯୮୮ରେ UEFA ଇଉରୋପୀୟ ଚାମ୍ପିୟନଶିପ୍ର ଆୟୋଜକ ଥିଲା । ଜର୍ମାନୀର ପ୍ରସିଦ୍ଧ ଫୁଟବଲ ଖେଳାଳୀଙ୍କ ମଧ୍ୟରୁ କିଛି ହେଲେ : ଫ୍ରାଞ୍ଜ ବେକେନବାଉର, ଗର୍ଡ ମୁଲର, ୟୁର୍ଗେନ କ୍ଲିନ୍ସମାନ୍, ଲୋଥାର ମାଥାଉସ୍, ଓଲିଭର କାନ୍, ମିରୋସ୍ଲାଭ୍ କ୍ଲୋଜେ ଓ ଥୋମାସ ମୁଲର୍ । ସେହିପରି ଜର୍ମାନୀର ମହିଳା ଫୁଟବଲ ଦଳ ୨୦୦୩ ଓ ୨୦୦୭ରେ ଫିଫା ବିଶ୍ୱକପ୍ ଏବଂ ୧୯୮୯, ୧୯୯୧, ୧୯୯୫, ୧୯୯୭, ୨୦୦୧, ୨୦୦୫, ୨୦୦୯ ଓ ୨୦୧୩ରେ UEFA ଇଉରୋପୀୟ ମହିଳା ଚାମ୍ପିୟନଶିପ୍ ବିଜେତା ।

ଅନ୍ୟାନ୍ୟ ଲୋକପ୍ରିୟ ଖେଳ ହେଉଛି : ବରଫକ୍ରୀଡା, ବକ୍ସିଂ (ମୁଷ୍ଟିଯୁଦ୍ଧ), ହ୍ୟାଣ୍ଡବଲ, ଭଲିବଲ, ବାସ୍କେଟବଲ, ବରଫ ହକି, ଟେନିସ୍, ଘୋଡ଼ା ଚଢା ଓ ଗଲ୍ଫ । ଜଳକ୍ରୀଡା ଯଥା ସେଲିଂ, ରୋ‍ଇଂ, ସନ୍ତରଣ, ୱିଣ୍ଡସର୍ଫିଂ, କାଇଟ୍ ସର୍ଫିଂ, ୱେକ୍‌ବୋର୍ଡିଂ, ଅଣ୍ଡରୱାଟର ଡାଇଭିଂ, ମାଛଧରା, ପାୱାର ବୋଟିଂ, ୟାଚିଂ ଇତ୍ୟାଦି ଲୋକପ୍ରିୟ ।

ମୋଟର କ୍ରୀଡାରେ ଜର୍ମାନୀ ଅନ୍ୟତମ ଅଗ୍ରଣୀ ଦେଶ । ଜର୍ମାନୀର BMW ଓ ମର୍ସିଡିଜ ଭଳି ମୋଟର କ୍ରୀଡା ନିର୍ମାତା ବିଶ୍ୱରେ ପ୍ରମୁଖ । ଏହାଛଡା ଫ୍ରାନ୍ସରେ ହେଉଥିବା 24 Hours of Le Mans ନାମକ ରେସ୍ରେ ପୋର୍ସ୍ଚ ୧୬ ଥର ଓ ଅଡି ୧୧ ଥର ବିଜେତା ହୋ‍ଇଛନ୍ତି । ଜର୍ମାନୀର ଫର୍ମୁଲା ୱାନ୍ ଚାଳକ ମାଇକେଲ ସୁମାକର୍ ସର୍ବାଧିକ ଥର ବିଶ୍ୱ ଡ୍ରାଇଭର ଚାମ୍ପିୟନଶିପ ଓ ଫର୍ମୁଲା ୱାନ୍ ଜିତିବାର ରେକର୍ଡ କରିଛନ୍ତି | [୧୩୨] ଅନ୍ୟଏକ ଜର୍ମାନ ଚାଳକ ସେବାଷ୍ଟିଆନ ଭେଟେଲ ୨୦୧୦ରୁ ୨୦୧୩ ଯାଏଁ କ୍ରମାଗତ ଜିଣି ନିଜକୁ F1ର ଅନ୍ୟତମ ସଫଳ ଚାଳକ ସାବ୍ୟସ୍ତ କରିଛନ୍ତି ।

ଅଲମ୍ପିକରେ ମଧ୍ୟ ଜର୍ମାନୀ ଅନ୍ୟତମ ସଫଳ ଦାବୀଦାର । ପୂର୍ବ ଓ ପଶ୍ଚିମ ଜର୍ମାନୀର ପଦକ ମିଶାଇଲେ ମୋଟ ପଦକ ଅନୁସାରେ ଜର୍ମାନୀ ପୃଥିବୀରେ ତୃତୀୟ । ୨୦୧୨ ଅଲମ୍ପିକ ପଦକ ତାଲିକାରେ ଜର୍ମାନୀ ପଞ୍ଚମ ଥିଲା | ଜର୍ମାନୀ ୧୯୩୬ରେ ବର୍ଲିନ୍‌ଠାରେ ଓ ୧୯୭୨ରେ ମ୍ୟୁନିକ୍‌ଠାରେ ଅଲମ୍ପିକ ଆୟୋଜନ ମଧ୍ୟ କରିଛି । ଜର୍ମାନୀ ମଧ୍ୟ ୧୯୩୬ ଶୀତ ଅଲମ୍ପିକର ଆଯୋଜନକର୍ତ୍ତା ଥିଲା ।

ଆଧାରସମ୍ପାଦନା


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।

🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ