ଜନ ବୀମସ

ଜନ ବୀମସ (୨୧ ଜୁନ ୧୮୩୭ – ୨୪ ମଇ ୧୯୦୨) ଜଣେ ବ୍ରିଟିଶ ଭାରତର ସରକାରୀ କର୍ମଚାରୀ ଓ ଲେଖକ ଥିଲେ । ପଞ୍ଜାବରେ ମାର୍ଚ୍ଚ ୧୮୫୯ରୁ ୧୮୬୧ ଶେଷ ପର୍ଯ୍ୟନ୍ତ ଓ ତା ପରଠାରୁ ତାଙ୍କ ଚାକିରୀ ଶେଷ (୧୮୯୩) ପର୍ଯ୍ୟନ୍ତ ବଙ୍ଗଳାରେ ଥିଲେ । ଭାରତୀୟ ଇତିହାସ, ସାହିତ୍ୟ ଓ ଭାଷାର ବିଦ୍ୱାନ ଥିଲେ । ଇଣ୍ଡୋ ଆର୍ଯ୍ୟ ଭାଷାରେ ସେ ୩ ଖଣ୍ଡ ତୁଳନାତ୍ମକ ବ୍ୟାକରଣ ଲେଖିଥିଲେ ।[୧] ମାର୍ଚ୍ଚ ୧୮୯୩ରେ ଭାରତୀୟ ସିଭିଲ ସର୍ଭିସରୁ ଅବସର ନେବା ପର୍ଯ୍ୟନ୍ତ ବିମସ ଭାରତୀୟ ଜୀବନ ଉପରେ ଅତ୍ୟଧିକ ଜ୍ଞାନ ଲାଭ କରିଥିଲେ । ସନ ୧୮୯୬ରେ ସେ ତାଙ୍କ ଜୀବନ କାହାଣୀ ଲେଖିବାକୁ ଇଚ୍ଛାକଲେ । ବଙ୍ଗଳା ସିଭିଲିଆନର ସ୍ମୃତି (Memoirs of a Bengal Civilian) ନାମକ ବ‌ହିର ପ୍ରଥମ ଖଣ୍ଡ ସନ ୧୯୬୧ରେ ଛପା ହୋଇଥିଲା ।

ଜନ ବୀମସ
Born(1837-06-21)୨୧ ଜୁନ ୧୮୩୭
ଇଂଲଣ୍ଡ
Died୨୪ ମଇ ୧୯୦୨(1902-05-24) (ବୟସ ୬୪)
Nationalityଇଂରେଜ
Occupation(s)Civil servant, author
ParentRev. Thomas Beames

ପ୍ରାକ୍ ଜୀବନସମ୍ପାଦନା

ଇଂଲଣ୍ଡର ଉଇଲିୟମ ୪ଙ୍କର ମୃତ୍ୟୁ ତ‌ଥା ରାଣୀ ଭିକ୍ଟୋରିଆଙ୍କର ସିଂହାସନ ଆରୋହଣର କିଛି ଘଣ୍ଟା ପରେ ଗ୍ରୀନଉଇଚର ରୟଲ ନାଭାଲ ଡାକ୍ତରଖାନାରେ ବିମସ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ତାଙ୍କ ପିତା ରେଭରେଣ୍ଡ ଥୋମାସ୍ ବିମସ ଥିଲେ ଯେ ସେଣ୍ଟ ଜେମ୍‌ସ୍ ଚର୍ଚ୍ଚରେ ପ୍ରିଚର ଥିଲେ । ତାଙ୍କ ଜେଜେବାପା ଜଣେ ବାରିଷ୍ଟର ଥିଲେ ଓ ପରେ ଲିଙ୍କନ ଇନ୍‌ର ବେଞ୍ଚର ଥିଲେ । ସନ ୧୮୪୭ରେ ମର୍ଚାଣ୍ଟ ଟେଲର ସ୍କୁଲ ଓ ହେଲି କଲେଜରେ (ସନ ୧୮୫୬) ଶିକ୍ଷା ଆରମ୍ଭ ପୂର୍ବରୁ ବିମସ ତାଙ୍କ ପିତାଙ୍କ ସ‌ହ ଇଂଲଣ୍ଡର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ହେଲିବେରିର ଚତୁର୍ଥ ଟର୍ମରେ ସେ କ୍ଲାସିକ, ସଂସ୍କୃତ ପୁରସ୍କାର ଓ ପର୍ସିଆନ ମେଡାଲ ପାଇତିଲେ । ତାଙ୍କର ଭାଷା ପ୍ରିତୀ ତାଙ୍କୁ ବ‌ହୁତ ସାହାଯ୍ୟ କରିଥିଲା କଲିକତାରେ ପ୍ରାରମ୍ଭିକ ପରୀକ୍ଷାରେ ଅତି ଉତ୍ତମ କରିଥିଲେ ।

ଭାରତସମ୍ପାଦନା

ସନ ୧୮୫୮ରେ ବିମସ ଇଣ୍ଡିଆନ ସିଭିଲ ସର୍ଭିସରେ (ଆଇସିଏସ) ଯୋଗ ଦେବାକୁ ଭାରତ ଆସି ପଞ୍ଜାବରେ ମାର୍ଚ୍ଚ ୧୮୫୯ରୁ ୧୮୬୧ ଶେଷ ପର୍ଯ୍ୟନ୍ତ ଥିଲେ ଓ ବେଙ୍ଗଲ ପ୍ରେସିଡେନ୍ସିରେ ସ୍ଥାୟୀ କଲେକ୍ଟର ସନ ୧୮୬୭ରେ ଓ କମିସନତ ସନ ୧୮୮୧ରେ ହୋଇଥିଲେ । ମେମ୍ବର ଅଫ ବୋର୍ଡ଼ ଅଫ ରେଭିନ୍ୟୁର ସଭ୍ୟ ଭାବରେ ୩ ଥର ନିଯୁକ୍ତ ହୋଇଥିଲେ । ବେଙ୍ଗଲର ଅନେକ ଜିଲ୍ଲାର ଜିଲ୍ଲା ଅଫିସର ଓ କଲେକ୍ଟର ପଦବୀରେ ଥିଲେ ଓ ଚିଟ୍ଟାଗଞ୍ଜର କମିସନର ହୋଇ ସନ ୧୮୯୩ରେ ଅବସର ନେଇଥିଲେ । ସନ ୧୯୬୧ ପର୍ଯ୍ୟନ୍ତ ଛପା ହୋଇନଥିବା ତାଙ୍କର ଆତ୍ମଜୀବନୀରେ ସେ ନିଜକୁ ଜଣେ "ଅଜ୍ଞାତ ଲୋକ- ଜଣେ ସାଧାରଣ ମଧ୍ୟମ ଶ୍ରେଣୀର ଇଙ୍ଗ୍ଲିସ୍ ଲୋକ" ଭାବରେ ବର୍ଣ୍ଣନା କରିଥିଲେ ।

ଜୀବିକାସମ୍ପାଦନା

ବିମସ ଜୀବିକା ଆରମ୍ଭରୁ ତାଙ୍କର ଜ୍ଞାନ ଦାନ ଆରମ୍ଭ କରିଦେଇଥିଲେ । Beames's scholarly contributions began early in his career. ଚମ୍ପାରନ ଜିଲ୍ଲାରେ ଥିବାବେଳେ ସେ ବେଙ୍ଗଲ ଏସିଆଟିକ ସୋସାଇଟିରେ ରଚନା ଛପେଇଥିଲେ । ଭାରତୀୟ ଅଫିସ୍ ଫର୍ମମାନଙ୍କରେ ଆରବୀୟ ଭାଷା ରହିବା ଉପରେ ପ୍ରଶ୍ନବାଚୀ ଚିହ୍ନ ଉଠେଇଥିଲେ । ବିଶପ୍ କାଲ୍ଡୱେଲଙ୍କ ରଚିତ Treating Bishop Caldwell's ଦ୍ରାବିଡ଼ିଆନ ଭାଷାର ତୁଳନାତ୍ମକ ବ୍ୟାକରଣ ମଡେଲରେ ସେ ଆର୍ୟନ ଭାଷାରେ ଏପରି ବ‌ହି ଲେଖିବାକୁ ଆରମ୍ଭ କଲେ । ପୁରାତନ ହିନ୍ଦୀ ଲେଖକ ଚାନ୍ଦ ବରଦୋଇ ଓ ଅନ୍ୟମାନଙ୍କ ଉପରେ ରଚନା ଓ ଓଡ଼ିଶାର ଇତିହାସ (୧୮୭୦-୧୮୮୩) ତ‌ଥା ପୁରାତନତା ଉପରେ ରଚନା ଲେଖି ଜର୍ନାଲ ଅଫ ବେଙ୍ଗଲ ଏସିଆଟିକ ସୋସାଇଟିକୁ ଦେଇଥିଲେ । ସନ ୧୮୯୧ରେ ବେଙ୍ଗଲି ବ୍ୟାକରଣ ଛପେଇ ଥିଲେ ଓ ଅବସର ପରେ ଇମ୍ପିରିଆଲ ଓ ଏସିଆଟିକ କ୍ୱାର୍ଟରଲି ରିଭିୟୁରେ ଲେଖା ପ୍ରଦାନ କରୁଥିଲେ । ସେ ଖ୍ୟତନାମା ହୋଇଗଲେ କମ୍ପ୍ୟାରେଟିଭ ଗ୍ରାମାର ଅଫ ଦି ଆର୍ୟନ ଲାଙ୍ଗୁଏଜ ଅଫ ଇଣ୍ଡିଆ ଲେଖି ଯାହା ଅଲଗା ବ‌ହି ଆକାରରେ ୧୮୭୨, ୧୮୭୯ ଓ୧୮୯୫ରେ ଛପା ହୋଇଥିଲା ।

ଆଧାରସମ୍ପାଦନା

  1. John Beames (2012). Comparative Grammar of the Modern Aryan Languages of India. Cambridge University Press.
🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ