ଇଦ ଉଲ-ଫିତର

ଇସଲାମ ଧର୍ମର ପର୍ବ

ଇଦ ଉଲ ଫିତର, "ଇଦୁଲ ଫିତର", ଇଦ ଉଲ-ଫିତ୍ର, ବା ଆରବୀ ଭାଷାରେ عيد الفطر (‘Īdu l-Fiṭr) ଯାହାକୁ ସଂକ୍ଷେପରେ ଇଦ କୁହାଯାଏ, ଏକ ମୁସଲିମ ପର୍ବ ଅଟେ। ଏହା ରମଜାନ ମାସର ଶେଷରେ ପାଳନ କରାଯାଏ।

عيد الفطر
ଇଦ ଉଲ-ଫିତ୍ର
(ରମଜାନ ମାସସାରା ଉପବାସ କରିବାପରେ ଭୁରି ଭୋଜନର ମଜା)
ମାଲେସିଆରେ ଇଦ-ଉଲ-ଫିତ୍ର
ନାମଆରବୀ: عيد الفطر
EĪd ul-Fiṭr
ଅନ୍ୟ ନାମଇଦ୍, "ରମଜାନ ଇଦ୍", ରୋଜାର ଇଦ (ବଂଲାଦେଶ), "ଛୋଟ ଇଦ୍"; ଇଦୁଲ ଫିତ୍ରି, ହରି ଲେବାରନ (ଇଣ୍ଡୋନେସିଆ)
ପାଳନକାରୀମୁସଲମାନ ବା ମହମଡିଆନ ସମ୍ପ୍ରଦାୟ
ପ୍ରକାରଇସଲାମୀୟ ପର୍ବ
ବିଶେଷତାରମଜାନ ମାସର ଅନ୍ତ
ପାଳନଭୋଜି ବିଶେଷ କରି ଦି ପହର ବା ସକାଳ ଖିଆ, ମିଠେଇ, ନୂଆ ପୋଷାକ ପରିଧାନ, ପିଲାମାନଙ୍କୁ ଉପହାର ପ୍ରଦାନ ଆଦି
ପର୍ବ ପାଳନସାମୂହିକ ପ୍ରାର୍ଥନା, ଦାନାଦି ଅର୍ପଣ (ଜକତ ଅଲ-ଫିତ୍ର)
ତାରିଖ୧ ଶୱାଲ
୨୦୨୪ ତାରିଖ୧୧ ଅପ୍ରେଲ (ଗୁରୁବାର)
ସମ୍ପର୍କିତରମଜାନ, ଇଦ ଅଲ-ଆଧା

ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଏଇଦିନ ସାରାବିଶ୍ୱ ମୁସଲମାନମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି। ଏଇ ଦିନକୁ ଆଲ୍ଲା(ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ଜ୍ଞାନ କରାଯାଏ।

ଇସଲାମୀ କେଲେଣ୍ଡର ଶବ୍ୱଲର ଦଶମ ମାସର ପ୍ରଥମ ଦିନ ଏହା ପାନ କରାଯାଏ। ଇସଲାମୀ ପଞ୍ଜିକାର ପ୍ରତିମାସ ପରି ଏଇ ମାସଟି ମଧ୍ୟ ଆକାଶରେ ଚାନ୍ଦ ଦେଖିଲାପରେଯାଇ ଆରମ୍ଭ ହୋଇଥାଏ। ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ। ମାସସାରା ମୁସଲମାନମାନେ ଉପବାସ କରିଥାନ୍ତି। ଇସଲାମୀ ସାଲରେ ଥିବା ଦିଓଟି ଇଦ ଭିତରୁ ଏହା ଗୋଟିଏ। ଆର ଗୋଟିକ ହେଲା '''ଇଦ ଉଲ-ଅଜହା'''। ଇଦ ଉଲ-ଫିତ୍ରକୁ ପୈଗଂବର ମହମ୍ମଦ ସନ ୬୨୪ରେ ଜଂଗ-ଏ-ବଦର ପରେ ପାଳନ କରିଥିଲେ।

ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି। ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ଏଇ ଦିନ କଳିତକରାଳ, ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି।

ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷାଦେଇଥାନ୍ତି। ଏହି ଦାନକୁ ଜକାତ ଉଲ-ଫିତ୍ର କହନ୍ତି। ଏହି ଦାନ ଦୁଇ କିଲୋଗ୍ରାମ ଓଜନର କୌଣସିବି ଖାଦ୍ୟଦ୍ରବ୍ୟ ହୋଇପାରେ, ଯଥା, ଅଟା ବା ସେତିକି ପରିମାଣର ଖାଦ୍ୟର ମୂଲ୍ୟ ବି ହୋଇପାରେ। ପ୍ରାର୍ଥନା ଆଗରୁ ଏହି ଜକାତ ଗରିବମାନଙ୍କ ଭିତରେ ବଣ୍ଟାଯାଏ।

ଏଇଦିନ ସଲାତ ନାମକ ଦୁଇଟି ପର୍ଯ୍ୟାୟ (ରକ୍କା)ବିଶିଷ୍ଟ ଏକ ବିଶେଷ ପ୍ରାର୍ଥନା କରାଯାଏ, ଯାହା ଏକ ମୁକ୍ତ ପ୍ରାଙ୍ଗଣ ଅଥବା ହଲ ଭିତରେ କରାଯାଇଥାଏ। [୨] ଏହାକୁ ସାମୂହିକ ଭାବ(ଜମାତ)ରେ କରିବା ଅପହିହାର୍ଯ୍ୟ ହୋଇଥାଏ। ଏଇ ପ୍ରାର୍ଥନାରେ ଅଧିକ ଆଠଗୋଟି ମୁଦ୍ରା (ହାତକୁ କାନ ପାଖକୁ ଉଠାଇବା) ରହିଥାଏ ଯାହାକୁ ଆଲ୍ଲା ହୁ ଆକବର (ଈଶ୍ୱର ମହାନ ଅଟନ୍ତି) କହିଲା ବେଳେ ସମ୍ପନ୍ନ କରାଯାଏ। ଏଥିମଧ୍ୟରୁ ପ୍ରଥମ ତିନିଟି ପ୍ରଥମ ରକ୍କାର ଆରମ୍ଭରେ କରାଯାଇଥାଏ ଓ ଶେଷ ତିନିଟି ରୁକୁର ଅବ୍ୟବହିତ ପୂର୍ବରୁ ଦ୍ୱିତୀୟ ରକ୍କାରେ କରାଯାଇଥାଏ (ହନାଫି ମତରେ)। [୩] ଏଇ ଇଦ ଉଲ-ଫିତ୍ର ସଲାତ ଫର୍ଦ(ବାଧ୍ୟତାମୂଳକ), ମୁସ୍ତାହବ (କରଣୀୟ) ବା ମନ୍ଦୁବ (ଐଚ୍ଛିକ) ହେବ, ତାହା କେଉଁ ମତରୁ ପ୍ରେରିତ ତା’ ଉପରେ ନିର୍ଭର କରେ।

ମୁସଲମାନମାନେ ବିଶ୍ୱାସ କରନ୍ତି କୁରାନ ସରିଫ ଅନୁସାରେ ସେମାନଙ୍କୁ ଆଲ୍ଲା ରମଜାନ ମାସସାରା ଉପବାସ ରଖିବାକୁ [୪] ଏବଂ ଇଦ ପ୍ରାର୍ଥନା ଆଗରୁ ଜକତ ଓ ଫିତ୍ର ଅର୍ପଣ କରିବାକୁ କହିଛନ୍ତି।

ଆହୁରି ଦେଖନ୍ତୁସମ୍ପାଦନା

Notesସମ୍ପାଦନା

  1. ୧.୦ ୧.୧ "Eid al-Fitr 2013 - Travel, Hotels, Trip, Tour, Holidays, Vacation, b&b". Atraveltrip.com. 2013-08-07. Archived from the original on 2013-05-08. Retrieved 2013-08-11.
  2. Islam.com – Types of Prayers
  3. Eid al-Fitr and the six supplementary fasts of Shawwal
  4. Quran 2:185

ସଂଦର୍ଭସମ୍ପାଦନା

ବାହାର ଆଧାରସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ