ଅନନ୍ତ ପଟ୍ଟନାୟକ

ଓଡ଼ିଆ ଲେଖକ ଓ ଅନୁବାଦକ

ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୧୯୮୭)[୨]ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[୩]

ଅନନ୍ତ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1912-06-11)୧୧ ଜୁନ ୧୯୧୨
ଚଣାହାଟ, ପୁରୀ ଜିଲ୍ଲା
ମୃତ୍ୟୁ୧୯୮୭
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଅବାନ୍ତର (କବିତା ସଂକଳନ)
ଜୀବନସାଥୀନୀରଦପ୍ରଭା ପଟ୍ଟନାୟକ
ସମ୍ପର୍କୀୟବ୍ରହ୍ମୋତ୍ରୀ ମହାନ୍ତି (ଭଉଣୀ)[୧]
ଅମରେଶ ପଟ୍ଟନାୟକ (ପୁଅ)

ଜୀବନୀସମ୍ପାଦନା

ଅନନ୍ତ ୧୯୧୨ ମସିହା ଜୁନମାସ ୧୧ତାରିଖ ଦିନ ପୁରୀ ଜିଲ୍ଲାର ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ ।[୪]ପିଲାଦିନରୁ ସେ ନିଜ ମାତାପିତାଙ୍କୁ ହରାଇଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ସମୟରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସ୍କୁଲର କୌଣସି ପତ୍ରିକା ପ୍ରକାଶ ପାଉନଥିଲା । ଶିକ୍ଷକମାନଙ୍କୁ କହି, ସେ "ଛାତ୍ରବନ୍ଧୁ" ନାମକ ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ । ପତ୍ରିକାର ସମ୍ପାଦକ ମଧ୍ୟ ସେ ନିଜେ ଥିଲେ । ୧୯୩୦ରେ ସେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ବୈପ୍ଲବିକ କବିତା ଲେଖୁଥିବାରୁ ରେଭେନ୍ସା ମହାବିଦ୍ୟାଳୟରେ ତାଙ୍କୁ ପଢ଼ିବାରୁ ବଞ୍ଚିତ କରାଗଲା । ଏହି ସମୟରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ଓ ବୈପ୍ଲବିକ ଗୀତ ଗାଇ ସଂଗ୍ରାମୀମାନଙ୍କର ଉତ୍ସାହ ବର୍ଦ୍ଧନ କରୁଥିଲେ । ୧୯୩୧ରେ ତାଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ଦାଖଲା ମିଳିଥିଲା । ଏଠାରେ ସେ ବାମପନ୍ଥୀ ଚିନ୍ତାଧାର ପ୍ରତି ଆକର୍ଷିତ ହୋଇଥିଲେ । ଓଡ଼ିଶାରେ କଂଗ୍ରେସ ସମାଜବାଦୀ ଦଳ ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । "ନବଯୁଗ ସାହିତ୍ୟ ସଂସଦ" ଏହି ଦଳର ଏକ ଅନୁଷ୍ଠାନ ଥିଲା ଓ ଏହି ଅନୁଷ୍ଠାନ ପତ୍ରିକାର ପରିଚାଳନା ସମ୍ପାଦକ ଦାୟିତ୍ୱ ଅନନ୍ତ ନିର୍ବାହ କରୁଥିଲେ । ଛଅ ମାସ ପ୍ରକାଶ ପାଇବା ପରେ, ଏହି ପତ୍ରିକା ବନ୍ଦ ହୋଇ ଯାଇଥିଲା । 'ଅତନୁ', 'ବୋଧିସତ୍ତ୍ୱ', 'କୁମାରୀ ଯଶୋଧାରା', 'ପ୍ରାୟଦର୍ଶୀ' ଆଦି ଛଦ୍ମନାମରେ ସେ ଏହି ପତ୍ରିକାରେ ଲେଖୁଥିଲେ ।

ରଚନାବଳୀସମ୍ପାଦନା

  • ଅବାନ୍ତର (କବିତା ସଂକଳନ)
  • ରକ୍ତଶିଖା (କବିତା ସଂକଳନ)
  • ଛାଇର ଛିଟା (କବିତା ସଂକଳନ)
  • ଅଲୋଡ଼ା ଲୋଡ଼ା (କବିତା ସଂକଳନ)
  • ଶାନ୍ତି ଶିଖା (କବିତା ସଂକଳନ)
  • ତର୍ପଣ କରେ ଆଜି (କବିତା ସଂକଳନ)
  • କିଞ୍ଚିତ (କବିତା ସଂକଳନ)
  • ଛବିଟିଏକୁ ଗପଟିଏ (ଶିଶୁ ସାହିତ୍ୟ)
  • କସରା ଘୋଡ଼ା (ଶିଶୁ ସାହିତ୍ୟ)
  • ରାବଣ (ନାଟକ)
  • ଚିର ଅନ୍ଧାର ରାତି (ନାଟକ)

ଅନୁବାଦସମ୍ପାଦନା

  • ଭାଗ୍ୟରୁ ଖିଏ
  • ମା: ସେ "ଗର୍କି"ଙ୍କ ଲିଖିତ ରୁଷୀୟ କ୍ଲାସିକ ବହି "The Mother"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୫]

ସମ୍ମାନ ଓ ପୁରସ୍କାରସମ୍ପାଦନା

ଆଧାରସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ